ରାଜ୍ୟରେ ୩୨୭ ଜଣ କରୋନା ପଜିଟିଭ୍ ଚିହ୍ନଟ : ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୧୭୭

86

କନକ ବ୍ୟୁରୋ : ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୩୨୭ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏମାନଙ୍କ ମଧ୍ୟରୁ ୧୯୧ ଜଣ ସଙ୍ଗରୋଧ କେନ୍ଦ୍ରରୁ ଚିହ୍ନଟ ହୋଇଥିବାବେଳେ ସ୍ଥାନୀୟ ସଂକ୍ରମଣରୁ ୧୩୬ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି । ଏଥିଭିତରେ ୧୮ ବର୍ଷରୁ କମ୍ ବୟସ୍କ ୪୪ ଜଣ ଶିଶୁ ଓ କିଶୋର କରୋନା ପଜିଟିଭ ଅଛନ୍ତି । ଆଜି ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୧୭୭ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

ଗତ ୨୪ ଘଣ୍ଟା ମଧ୍ୟରେ ଭଦ୍ରକ ଜିଲ୍ଲାରୁ ୮ ଜଣ, ବଲାଙ୍ଗୀରରୁ ୫ ଜଣ, ବୌଦ୍ଧରୁ ୧ ଜଣ, କଟକରୁ ୨୯ ଜଣ, ଢେଙ୍କାନାଳରୁ ୧ ଜଣ, ଗଞ୍ଜାମରୁ ୪ ଜଣ, ଜଗତସିଂହପୁରରୁ ୭ ଜଣ, ଯାଜପୁରରୁ ୯ ଜଣ, ଝାରସୁଗୁଡ଼ାରୁ ୨ ଜଣ, କେନ୍ଦ୍ରାପଡ଼ାରୁ ୧ ଜଣ, କୋରାପୁଟ ଜିଲ୍ଲାରୁ ୩ ଜଣ, ମୟୂରଭଞ୍ଜରୁ ୧୩ ଜଣ, ନୟାଗଡ଼ରୁ ୩ ଜଣ, ପୁରୀରୁ ୬ ଜଣ, ସମ୍ୱଲପୁରରୁ ୧୦ ଜଣ, ସୁନ୍ଦରଗଡ଼ରୁ ୪ ଜଣ ଓ ଷ୍ଟେଟ ପୁଲରୁ ୪୨ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି ।

ବର୍ତ୍ତମାନ ପର୍ଯ୍ୟନ୍ତ ରାଜ୍ୟରେ ୧୦ ଲକ୍ଷ ୪୨ ହଜାର ୧୦୦ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି । ଏମାନଙ୍କ ଭିତରୁ ୧୦ ଲକ୍ଷ ୨୯ ହଜାର ୫୮୫ ଜଣ ସୁସ୍ଥ ହୋଇଛନ୍ତି । ଏବେ ବି ୪ ହଜାର ୧୨୨ ଜଣ ସକ୍ରିୟ ସଂକ୍ରମିତ ଅଛନ୍ତି ।