ଓଡିଶା ଆଦର୍ଶ ବିଦ୍ୟାଳୟ ଉତ୍କର୍ଷ କେନ୍ଦ୍ର ଶିଳାନ୍ୟାସ

128

କନକ ବ୍ୟୁରୋ: ଓଡିଶା ଆଦର୍ଶ ବିଦ୍ୟାଳୟ ଉତ୍କର୍ଷ କେନ୍ଦ୍ରର ଭିତ୍ତି ପ୍ରସ୍ତର ସ୍ଥାପନ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ୱାରା ଭିତ୍ତିପ୍ରସ୍ତର ସ୍ଥାପନ ହୋଇଛି । ୧୩ ଏକରର ହେବ ବିଦ୍ୟାଳୟ କ୍ୟାମ୍ପସ । ୧୦୦୦ ଛାତ୍ରଛାତ୍ରୀଙ୍କ ପାଇଁ ଶିକ୍ଷାଦାନ ବ୍ୟବସ୍ଥା । ୨୬ଟି ଶ୍ରେଣୀଗୃହ, ୮ଟି ବିଜ୍ଞାନ ଗୃହ ଓ ୮ଟି ଅତିଥି କକ୍ଷ ରହିବ । ସେହିପରି ୨ଟି ଛାତ୍ରୀ ନିବାସ ଓ ୨ଟି ଛାତ୍ର ନିବାସ ରହିବ ।

ଏହାସହ ୨୨ଟି ଟିଚର କ୍ୱାର୍ଟର୍ସ ଓ ୧୨ ଏକରର ଖେଳ ପଡିଆ । ଭୁବନେଶ୍ୱରର ଅନ୍ଧାରୁଆରେ ପ୍ରତିଷ୍ଠା ହେବ ଏହି ସ୍କୁଲ । ରାଜ୍ୟର ୩୧୪ଟି ଅଦର୍ଶ ବିଦ୍ୟାଳୟର ବଛାବଛା ପିଲା ଏଠାରେ ପଢିବେ । ୨୦୨୨ ସୁଦ୍ଧା ପ୍ରକଳ୍ପ ସାରିବା ଲକ୍ଷ୍ୟ ରଖାଯାଇଛି ।