କନକ ବ୍ୟୁରୋ : ଦେଶର ପ୍ରଥମ ସ୍ୱାଧାନତା ସଂଗ୍ରାମୀ ଓଡ଼ିଆ ପୁଅ ବକ୍ସି ଜଗବନ୍ଧୁଙ୍କୁ ନେଇ ଆସୁଛି ଧାରାବାହିକ ‘ବିଦ୍ରୋହୀ’ । ଆଜିଠାରୁ ଷ୍ଟାର ପ୍ଲସରେ ଏହି ହିନ୍ଦୀ ଧାରାବାହିକ ସୋମବାରରୁ ଶନିବାର ପ୍ରସାରିତ ହେବ । ପାଇକ ବିଦ୍ରୋହ ଓ ବକ୍ସି ଜଗବନ୍ଧୁଙ୍କ ଉପରେ ଏହି ଧାରାବାହିକ ଆଧାରିତ ହୋଇଛି । ଇଂରେଜମାନଙ୍କ କଠୋଇ ଆଇନ ବିରୋଧରେ ପାଇକମାନେ କିପରି ବିଦ୍ରୋହ କରିଥିଲେ ତା’ ଉପରେ ପର୍ଯ୍ୟବେଷିତ ହୋଇଛି ଧାରାବାହିକ ।
ଧାରାବାହିକରେ ପାଇକ ବିଦ୍ରୋହକୁ ଇଂରେଜମାନଙ୍କ ବିରୋଧରେ ପ୍ରଥମ ବିଦ୍ରୋହ ବୋଲି କୁହାଯାଇଛି । ୧୮୧୭ ମସିହା ଇଂରେଜ ଶାସନ ଅମଳରେ ଓଡ଼ିଶାରେ ଇଷ୍ଟ୍ ଇଣ୍ଡିଆ କମ୍ପାନୀ ବିରୋଧରେ ପାଇକ ବିଦ୍ରୋହର ଗାଥା ଦେଖିବ ସାରା ଦେଶ । ଏହି ଧାରାବାହିକରେ ବକ୍ସି ଜଗବନ୍ଧୁଙ୍କ ଭୂମିକାରେ ଅଭିନୟ କରିଛନ୍ତି ସରଦ ମାଲହୋତ୍ରା । ଦୁଇ ରାଣୀ ସହ ମିଶି ଜଣେ ବିଦ୍ରୋହୀ ସଂଗ୍ରାମୀ ବକ୍ସି ଜଗବନ୍ଧୁ କିପରି ଇଂରେଜମାନଙ୍କ ସହ ଲଢିଥିଲେ ତା’ ଉପରେ ଧାରାବାହିକଟି ପର୍ଯ୍ୟବେଶିତ ହୋଇଛି । ଏହି ସିରିଏଲରେ ବକ୍ସି ଜଗବନ୍ଧୁଙ୍କ ସ୍ତ୍ରୀ ଚରିତ୍ରରେ ନଜର ଆସିବେ ଓଡିଆ ଅଭିନେତ୍ରୀ ସୁଲଗ୍ନା ପାଣିଗ୍ରାହୀ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2021/10/2-14.jpg)