ସାରା ଅଲ୍ଲୀ ଖାନ୍ ଏବଂ ରଣବୀର୍ ସିଂହ ଅଭିନିତ ସିନେମା ‘ସିମ୍ବା’ ବକ୍ସ ଅଫିସରେ ଭଲ ବ୍ୟବସାୟ କରିଥିବା ବେଳେ ସିନେମାରେ ଜଣେ ଓଡିଆ ଝିଅଙ୍କ ନିଚ୍ଛକ ଅଭିନୟ ଦର୍ଶକଙ୍କୁ ଖୁବ୍ ଭଲ ଲାଗିଛି । ସିନେମାରେ ମୁଖ୍ୟ ଅଭିନେତ୍ରୀ ସାରାଙ୍କ ବନ୍ଧୁ ଭୂମିକାରେ ନଜର ଆସିଥିବା ଓଡିଆ ଝିଅ ସୁପ୍ରିୟା ରାୟ ହେଉଛନ୍ତି କଟକର ବାସିନ୍ଦା । ରେଭେନ୍ସା ବିଶ୍ୱବିଦ୍ୟାଳୟରେ ଉଚ୍ଚଶିକ୍ଷା ଲାଭ କରି ସେ ବାଙ୍ଗଲୋରର ଏକ କମ୍ପାନୀରେ ଚାକିରୀ କରୁଥିଲେ । ୨୦୦୬ ମସିହାରେ ସେ “ମିସ୍ କଟକ” ର ତାଜ୍ ପିନ୍ଧି ସାରିଛନ୍ତି ।
ସିନେମାରେ ସୁପ୍ରିୟାଙ୍କ ନାଁ ମଧ୍ୟ ସୁପ୍ରିୟା ହିଁ ରହିଛି । ସେ ପୂର୍ବରୁ କୋଲଗେଟ୍ ଏବଂ ଅନେକ ବିଜ୍ଞାପନରେ ନଜର ଆସିବା ସହ ଏକ କାନାଡା ସିନେମାରେ ମଧ୍ୟ ନଜର ଆସିଛନ୍ତି । ସିନେମା ସମୟରେ ତାଙ୍କର ୩୫ ଦିନର ଅନୁଭୁତିକୁ ନେଇ ସେ କୁହନ୍ତି ସେଠାରେ ସମସ୍ତେ କାଷ୍ଟ ସଦସ୍ୟ ପରିବାର ଭଳି ବ୍ୟବହାର କରୁଥିଲେ । ଘରେ ୪ ବର୍ଷର ଶିଶୁକୁ ଛାଡି ଆସି କାମ କରିବା ଜଣେ ମା’ଙ୍କ ପାଖରେ କଷ୍ଟ ହେଉଥିଲା ସତ କିନ୍ତୁ ସୁଟିଂ ସେଟରେ ସେ କେବେ ବି କାମ ପ୍ରତି ହେଳା କରିନଥିଲେ । ଅଭିନୟ ପାଇଁ ଉଭୟ ସାରା,ରଣବୀର୍ ଏବଂ ନିର୍ଦ୍ଦେଶକ ରୋହିତ୍ ସେଟ୍ଟି ମଧ୍ୟ ତାଙ୍କ ମନୋବଳ ବଢାଉଥିଲେ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024/12/05/2024-12-05t085615664z-9834a11b-9015-4cfe-ae63-b20008d51374.jpg)
/kanak/media/post_attachments/wp-content/uploads/2018/12/ddfekru.jpg)
/kanak/media/post_attachments/wp-content/uploads/2018/12/77de8d53a6f5486657740900658a54dc-253x300.jpg)
/kanak/media/post_attachments/wp-content/uploads/2018/12/c1bde4dc21a5fc2eabb1def874a542c6-300x166.jpg)