ଓଡ଼ିଶା ପାଇଁ ଖୁସି ଖବର । ଏକାଥରେ ସୁସ୍ଥ ହେଲେ ୨୪୩ ଆକ୍ରାନ୍ତ, ରାଜ୍ୟରେ ମୋଟ୍ ସୁସ୍ଥଙ୍କ ସଂଖ୍ୟା ୫ ହଜାର ୧୮୯କୁ ବୃଦ୍ଧି ।

6,610

କନକ ବ୍ୟୁରୋ: କରୋନା ଲଢ଼େଇ ବେଳେ ରାଜ୍ୟବାସୀଙ୍କ ପାଇଁ ଭଲ ଖବର । ଦିନକରେ ଏଯାବତ୍ ରେକର୍ଡସ୍ତରୀୟ ହେଲେ ସୁସ୍ଥ । ଆଜି କରୋନାରୁ ଏକାଥରେ ସୁସ୍ଥ ହେଲେ ୨୪୩ ଅକ୍ରାନ୍ତ । ଯାହାକି ଓଡ଼ିଶାବାସୀଙ୍କୁ ଆଶ୍ୱସ୍ତି କରିଛି । ତେବେ ସୁସ୍ଥଙ୍କ ମଧ୍ୟରେ ସର୍ବାଧିକ ଗଜପତିରୁ ୫୯, ଗଞ୍ଜାମରୁ ୪୧, ଖୋର୍ଦ୍ଧାରୁ ୩୮, କନ୍ଧମାଳରୁ ୧୭, ଝାରସୁଗୁଡ଼ାରୁ ୧୫, ସୁନ୍ଦରଗଡ଼ରୁ ୧୦, ଏବଂ ଭଦ୍ରକ, ଯାଜପୁର ଓ କେନ୍ଦ୍ରାପଡ଼ାରୁ ୮ ଜଣ ଲେଖାଏଁ ସୁସ୍ଥ ହୋଇଛନ୍ତି ।

ସେହିପରି କୋରାପୁଟରୁ ୭, ବରଗଡ଼ ଓ ମୟୂରଭଞ୍ଜରୁ ୬ ଜଣ ଲେଖଶଏଁ ସୁସ୍ଥ ହୋଇଥିବାବେଳେ ଜଗତସିଂହପୁରୁ ୫, କଟକ, ମାଲକାନଗିରି ଏବଂ ନବରଙ୍ଗପୁରରୁ ୪ ଜଣ ଲେଖାଏଁ ସୁସ୍ଥ ହୋଇଛନ୍ତି । ଏହାସହ ବାଲେଶ୍ୱରରୁ ୨ ଏବଂ କଳାହାଣ୍ଡିରୁ ଜଲେ ସୁସ୍ଥ ହୋଇଛନ୍ତି । ତେବେ ଆଜିର ନୂଆ ସୁସ୍ଥଙ୍କୁ ମିଶାଇ ରାଜ୍ୟରେ ମୋଟ୍ ସୁସ୍ଥଙ୍କ ସଂଖ୍ୟା ୫ ହଜାର ୧୮୯କୁ ବୃଦ୍ଧି ହୋଇଛି । ଏନେଇ ସୂଚନା ଦେଇଛନ୍ତି ରାଜ୍ୟ ସ୍ୱାସ୍ଥ୍ୟ ପରିବାର କଲ୍ୟାଣ ବଭାଗ ।