ବଲାଙ୍ଗୀରରେ ୱେସ୍କୋ ଅଫିସ ଆକାଉଟାଂଟ ଙ୍କ ଘରେ ଭିଜିଲାନ୍ସ ରେଡ : ୧୭ ଲକ୍ଷ ଟଙ୍କା ସହ ମିଳିଲା ଘରୁ ମିଳିଲା ସୁନା ବିସ୍କୁଟ

ଅଫିସ ସହ ଘରେ ଚଢାଉ ଜାରି

181

କନକ ବ୍ୟୁରୋ : ଭିଜିଲାନ୍ସ ଜାଲରେ ଆକାଉଟାଂଟ । ଆୟବର୍ହିଭୂତ ସମ୍ପତି ଠୁଳ ଅଭିଯୋଗରେ ରେଡ଼ କଲା ଭିଜିଲାନ୍ସ । ବଲାଙ୍ଗୀର ୱେସ୍କୋ ଅଫିସ ଆକାଉଟାଂଟ ବିଭୁତି ଶଙ୍କର ବିନ୍ଧାଣୀଙ୍କ ଘରେ ଭିଜିଲାନ୍ସର ରେଡ଼ । ଚଢ଼ାଉ ବେଳେ ନଗଦ ୧୭ଲକ୍ଷ ଟଙ୍କା ସହ ସୁନା ବିସ୍କୁଟ ଜବତ କରିଛି ଭିଜିଲାନ୍ସ । ଏକକାଳୀନ ୨ଟି ସ୍ଥାନରେ ଚଢ଼ାଉ କରିଛି ଭିଜିଲାନ୍ସ । ବଲାଙ୍ଗୀର ସ୍ଥିତ ବାସଭବନ ଓ ଅଫିସରେ ଚଢ଼ାଉ କରିଛି ଭିଜିଲାନ୍ସ । ତେବେ ପ୍ରଶ୍ନ ଉଠୁଛି ସରକାରୀ କର୍ମଚାରୀଙ୍କ ପାଖକୁ ଏତେ ସମ୍ପତ୍ତି ଆସୁଛି କେଉଠୁ । ଆୟ ଠାରୁ ବେୟ ଢେର ଅଧିକ ।

ସେପଟେ ବ୍ରହ୍ମପୁର ଲିଙ୍ଗରାଜ ଆଇନ ମହାବିଦ୍ୟାଳୟରେ କାର୍ଯ୍ୟରତ ଏନଏମଆର କର୍ମଚାରୀ ପ୍ରଶାନ୍ତ କୁମାର ନାୟକଙ୍କ ଘରେ ଭିଜିଲାନ୍ସ ଚଢ଼ାଉ କରିଛି । ଆୟବର୍ହିଭୂତ ସମ୍ପତି ଠୁଳ ଅଭିଯୋଗରେ ଏକକାଳୀନ ୫ଟି ସ୍ଥାନରେ ଚଢ଼ାଉ କରିଛି ଭିଜିଲାନ୍ସ । ବହ୍ମପୁର ଆସିକା ରୋଡ ଘର, କଲେଜ,ଲୋଚାପଡ଼ା ଘର, ଦୁଇଟି ଗୋଦାମରେ ଚଢ଼ାଉ ଚାଲିଛି ।