ପଞ୍ଚାୟତ ନିର୍ବାଚନ : ଦ୍ୱିତୀୟ ପର୍ଯ୍ୟାୟରେ ରେକର୍ଡ ୭୮.୩ ପ୍ରତିଶତ ମତଦାନ

Advertisment
ପଞ୍ଚାୟତ ନିର୍ବାଚନ : ଦ୍ୱିତୀୟ ପର୍ଯ୍ୟାୟରେ ରେକର୍ଡ ୭୮.୩ ପ୍ରତିଶତ ମତଦାନ

କନକ ବ୍ୟୁରୋ : ପଂଚାୟତ ନିର୍ବାଚନରେ ଦ୍ୱିତୀୟ ପର୍ଯ୍ୟାୟରେ ରେକର୍ଡ ସଂଖ୍ୟକ ମତଦାନ ହୋଇଛି । ଦ୍ୱିତୀୟ ପର୍ଯ୍ୟାୟରେ ରେକର୍ଡ ୭୮ ଦଶମିକ ୩ ପ୍ରତିଶତ ହୋଇଛି । ସୁବର୍ଣ୍ଣପୁରରେ ସର୍ବାଧିକ ୮୫ ଦଶମିକ ୬୭ ପ୍ରତିଶତ ମତଦାନ ହୋଇଥିବା ରାଜ୍ୟ ନିର୍ବାଚନ କମିଶନ ସୂଚନା ଦେଇଛନ୍ତି । ଝାରସୁଗୁଡ଼ାରେ ୮୫ ଦଶମିକ ୧୪ ପ୍ରତିଶତ, ବୌଦ୍ଧରେ ୮୪ ଦଶମିକ ୯, କଳାହାଣ୍ଡିରେ ୮୩ ଦଶମିକ ୮୧ ପ୍ରତିଶତ ଭୋଟ୍ ଗ୍ରହଣ ହୋଇଛି । ଗଂଜାମରେ ସର୍ବନିମ୍ନ ୬୪ ଦଶମିକ ୮୬ ପ୍ରତିଶତ ମତଦାନ ହୋଇଛି ।

କାଁ ଭାଁ ଗଣ୍ଡଗୋଳ ଓ ବିଶୃଙ୍ଖଳାକୁ ଛାଡି ଦେଲେ ଶାନ୍ତି ଶୃଙ୍ଖଳାର ସହ ଭୋଟ ଗ୍ରହଣ ହୋଇଛି । ଆଇନ ଶୃଙ୍ଖଳା ପରିସ୍ଥିତି ଯୋଗୁଁ ଜଗତସିଂହପୁର ଓ ଯାଜପୁର ଜିଲ୍ଲାର କେତେକ ବୁଥରେ ନିର୍ବାଚନ ବାଧାପ୍ରାପ୍ତ ହୋଇଛି । ଏହାଛଡା ବାଲଟ ପେପରରେ ତ୍ରୁଟି ଯୋଗୁଁ ଦୁଇ ତିନିଟି ସ୍ଥାନରେ ପୁନଃ ନିର୍ବାଚନ ହୋଇପାରେ । ଏସଂପର୍କରେ ସଂପୃକ୍ତ ଜିଲ୍ଲାପାଳଙ୍କ ଠାରୁ ରିପୋର୍ଟ ପାଇବା ପରେ ପଦକ୍ଷେପ ନିଆଯିବ ବୋଲି କହିଛନ୍ତି ରାଜ୍ୟ ନିର୍ବାଚନ କମସିନ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe