ବଲାଙ୍ଗୀର ଗସ୍ତରେ ଫାଇଭ୍-ଟି ସଚିବ : ଉନ୍ନୟନମୂଳକ କାର୍ଯ୍ୟର କଲେ ସମୀକ୍ଷା

398

କନକ ବ୍ୟୁରୋ : ବଲାଙ୍ଗୀର ଜିଲ୍ଲା ଗସ୍ତରେ ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ରଙ୍କ ସହ ମୁଖ୍ୟ ଫାଇଭ ଟି ସଚିବ ଭିକେ ପାଣ୍ଡିଆନ । ସଚିବ ସ୍ତରୀୟ ଏକ ଟିମ୍ ବଲାଙ୍ଗୀର ଜିଲ୍ଲା ତୁଷୁରା ଏଆର ଷ୍ଟ୍ରିପରେ ପହଂଚି ଦେଓଗାଁ ପଂଚାୟତ ସମିତି ସ୍କୁଲରେ ପିଲା ଓ ଶିକ୍ଷକଙ୍କ ସହ ଆଲୋଚନା କରିଥିଲେ ।

ବଲାଙ୍ଗୀର ପିପି ଏକାଡେମି ସ୍କୁଲ ପରିଦର୍ଶନ କରି ଆଲୋଚନା କଲା ପରେ ଭୀମ ଭୋଇ ମେଡିକାଲ କଲେଜ ହସ୍ପିଟାଲ ଯାଇ ସେଠି ନିର୍ମିତ ହୋଇଥିବା ବିଭିନ୍ନ ପ୍ରକଳ୍ପକୁ ବୁଲି ଦେଖିଛନ୍ତି । ପରେ ଭୀମ ଭୋଇ ମେଡିକାଲ କଲେଜ ପରିଦର୍ଶନ କରିବା ସହ ନବ ନିର୍ମାଣ ହେଉଥିବା ମେଡିକାଲ କଲେଜର ହସ୍ପିଟାଲ ବୁଲି ଦେଖିଥିଲେ । ଏହା ପରେ ଲୋୱେର ଶୁକତେଲ ପ୍ରକଳ୍ପର ଡ୍ୟାମ କାମ ପରିଦର୍ଶନ କରି ଫେରି ଆସିଥିଲେ ।