ଓୟୁଏଟି ଅଚାନକ ଗସ୍ତ କଲେ ଫାଇଭ-ଟି ସଚିବ ଭି.କେ ପାଣ୍ଡିଆନ । ଭିତିଭୂମୀର ବିକାଶ ନେଇ ଅଧିକାରୀଙ୍କ ସହ କଲେ ଅଧିକ ଆଲୋଚନା

169

କନକ ବ୍ୟୁରୋ : ଓୟୁଏଟିରେ ଅଚାନକ୍ ପହଂଚିଲେ ଫାଇଭ-ଟି ସଚିବ । ବଡି ଭୋରରୁ ପ୍ରାତଃ ଭ୍ରମଣରେ ଯିବା ସମୟରେ ଓଡିଶା କୃଷି ଓ ବୈଷୟିକ ବିଶ୍ୱ ବିଦ୍ୟାଳୟରେ ପହଂଚି ଯାଇଥିଲେ ଭି. କାର୍ତିକେୟାନ ପାଣ୍ଡିଆନ୍ ।

ଓୟୁଏଟି ଭିତରେ ବୁଲିବା ପରେ ଭିତିଭୂମୀର ବିକାଶ ନେଇ ଅଧିକାରୀଙ୍କ ସହ ଅଧିକ ଆଲୋଚନା କରିଛନ୍ତି ଫାଇଭ-ଟି ସଚିବ । ଏହାସହ ଓୟୁଏଟି ପରିସରରେ ଥିବା ହଷ୍ଟେଲ ଓ ମେସ ବ୍ୟବସ୍ଥାର ମଧ୍ୟ ତଦାରଖ କରିଛନ୍ତି । ସକାଳୁ ସକାଳୁ ଓୟୁଏଟି ପ୍ରାଙ୍ଗଣରେ  ପହଁଚି ଛାତ୍ରାବାସ ଏବଂ ମେସ୍ ସୁବିଧା ଉପରେ ନିରୀକ୍ଷଣ କରିବା ସହ ବିଶ୍ୱବିଦ୍ୟାଳୟ ସମ୍ବନ୍ଧରେ ଅଧିକାରୀଙ୍କ ସହ କଥାବାର୍ତ୍ତା କରିଥିବା ନେଇ ମିଳିଛି ସୂଚନା ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ସମ୍ବାଦ ଓ କନକ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ‘ସମ୍ବାଦ’ ଗ୍ରୁପର ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

Comments are closed.