କନକ ବ୍ୟୁରୋ : ଓୟୁଏଟିରେ ଅଚାନକ୍ ପହଂଚିଲେ ଫାଇଭ-ଟି ସଚିବ । ବଡି ଭୋରରୁ ପ୍ରାତଃ ଭ୍ରମଣରେ ଯିବା ସମୟରେ ଓଡିଶା କୃଷି ଓ ବୈଷୟିକ ବିଶ୍ୱ ବିଦ୍ୟାଳୟରେ ପହଂଚି ଯାଇଥିଲେ ଭି. କାର୍ତିକେୟାନ ପାଣ୍ଡିଆନ୍ ।
ଓୟୁଏଟି ଭିତରେ ବୁଲିବା ପରେ ଭିତିଭୂମୀର ବିକାଶ ନେଇ ଅଧିକାରୀଙ୍କ ସହ ଅଧିକ ଆଲୋଚନା କରିଛନ୍ତି ଫାଇଭ-ଟି ସଚିବ । ଏହାସହ ଓୟୁଏଟି ପରିସରରେ ଥିବା ହଷ୍ଟେଲ ଓ ମେସ ବ୍ୟବସ୍ଥାର ମଧ୍ୟ ତଦାରଖ କରିଛନ୍ତି । ସକାଳୁ ସକାଳୁ ଓୟୁଏଟି ପ୍ରାଙ୍ଗଣରେ ପହଁଚି ଛାତ୍ରାବାସ ଏବଂ ମେସ୍ ସୁବିଧା ଉପରେ ନିରୀକ୍ଷଣ କରିବା ସହ ବିଶ୍ୱବିଦ୍ୟାଳୟ ସମ୍ବନ୍ଧରେ ଅଧିକାରୀଙ୍କ ସହ କଥାବାର୍ତ୍ତା କରିଥିବା ନେଇ ମିଳିଛି ସୂଚନା ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2020/02/OUAT.jpg)