କନକ ବ୍ୟୁରୋ : ପୁରୀ ସହରରେ ଆଜି ସଟଡାଉନ କଟକଣାକୁ କୋହଳ କରାଯାଇଛି । କାରଣ ଘୋଷଯାତ୍ରା ପାଇଁ ଆସନ୍ତାକାଲି ରାତି ୮ଟାରୁ ଦୁଇ ଦିନିଆ କର୍ଫ୍ୟୁ ଲାଗୁ ହେବ । ରବିବାର ରାତି ୮ଟାରୁ ମଙ୍ଗଳବାର ରାତି ୮ଟା ଯାଏଁ ୪୮ ଘଂଟା ପାଇଁ କର୍ଫ୍ୟୁ କଟକଣା ବଳବତର ରହିବ । ଏହି ସମୟରେ ପୁରୀ ବଡଦାଣ୍ଡରେ ଥିବା ସମସ୍ତ ଦୋକାନ ବଜାର ସହ ଔଷଧ ଦୋକାନ ମଧ୍ୟ ବନ୍ଦ ରହିବ । ବ୍ୟାଙ୍କ ସହ ଅନ୍ୟ କାର୍ଯ୍ୟାଳୟ ମଧ୍ୟ ବନ୍ଦ ରହିବ ।
ଅନୁମତି ପାଇନଥିବା ଗାଡି ଚଳାଚଳ କରିପାରିବ ନାହିଁ । ତେବେ ଖାଦ୍ୟ, ଗ୍ରସୋରୀ, ପନିପରିବା, କ୍ଷୀର ହୋମଡେଲିଭରି ହୋଇପାରିବ । ଅନ୍ୟପଟେ ବଡଦାଣ୍ଡ ବାହାରେ ପୁରୀ ସହରର ଅନ୍ୟ ଔଷଧ ଦୋକାନ ଖୋଲା ରହିପାରିବ । ଆଜି ସଂଧ୍ୟା ସୁଦ୍ଧା ହୋଟେଲ, ଲଜ ଓ ଧର୍ମଶାଳା ଖାଲି କରିବାକୁ ନିର୍ଦ୍ଦେଶ ଦେଇଛି ପୁରୀ ଜିଲ୍ଲା ପ୍ରଶାସନ । କେବଳ ପୁରୀ ସହର ପାଇଁ ଏହି ନିୟମ ଜାରି କରାଯାଇଛି, ସମଗ୍ର ଜିଲ୍ଲାରେ ଏହି ନିୟମ ଲାଗୁ ହେବ ନାହିଁ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2021/07/28-3.jpg)