ରାଜଧାନୀର ତିନି ମାୟାବିନୀ : ଅର୍ଚ୍ଚନା, ମୁସ୍କାନ, ଇରାନୀ; କେଉଁମାନଙ୍କୁ ଓ କେମିତି ମାୟାଜାଲରେ ଫସାଇ କରୁଥିଲେ ବ୍ଲାକମେଲ ?

192

କନକ ବ୍ୟୁରୋ : ସୁନ୍ଦର ଚେହେରାରେ ବଶୀଭୂତ କରିବେ । ଲୋକଙ୍କୁ ମାୟାଜାଲରେ ବସାଇ ଲୁଟ୍ କରିବେ । ରାଜଧାନୀ ଭୁବନେଶ୍ୱରରେ ଆସିଛି ଏପରି ତିନି ମାୟାବିନୀଙ୍କ ଚେହେରା । ଅର୍ଚ୍ଚନା, ମୁସ୍କାନ ଓ ଇରାନୀ । ରାଜନେତା, ବିଧାୟକ, ବ୍ୟବସାୟୀ, ଡାକ୍ତର, ଛାତ୍ରଙ୍କୁ ମାୟାଜାଲରେ ଫସାଇ ବ୍ଲାକମେଲ କରୁଥିଲେ । ଅନ୍ତରଙ୍ଗ ମୁହୂର୍ତ୍ତରେ ଭିଡିଓ କରି ସେମାନଙ୍କଠାରୁ ଟଙ୍କା ଲୁଟ୍ କରୁଥିଲେ । ଏହି ତିନି ଜଣ ମାୟାବିନୀ ଏବେ ଧରାପଡ଼ିବା ପରେ ଲୋକଙ୍କ ମନରେ ଛନକା ପଶିଛି । ଆଉ ଏପରି କେତେ ମାୟାବିନୀ ଲୁଚି ରହିଛନ୍ତି, ତାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି ।

ଅର୍ଚ୍ଚନା ନାଗ

ବ୍ଲାକମେଲିଂ ମାମଲାରେ ଗିରଫ ହୋଇ ଜେଲରେ ଅର୍ଚ୍ଚନା
ଅର୍ଚ୍ଚନା ଗିରଫ ପରେ ସାରା ରାଜ୍ୟରେ ଆଲୋଡ଼ନ ସୃଷ୍ଟି ହୋଇଥିଲା
ପେଡ଼ି ଖୋଲିବା ପରେ ଅନେକଙ୍କ ହୋସ୍ ଉଡିଯାଇଥିଲା
ରାଜନେତା, ବିଧାୟକ, ବ୍ୟବସାୟୀଙ୍କ ଲିଙ୍କ ସାମ୍ନାକୁ ଆସିଥିଲା
ସରକାରୀ ଅଧିକାରୀଙ୍କ ପରି ଅନେକ ବ୍ୟକ୍ତିଙ୍କ ଲିଙ୍କ ଜଣାପଡ଼ିଥିଲା
ଅର୍ଚ୍ଚନା ନାଗଙ୍କ ସ୍ୱାମୀ ଜଗବନ୍ଧୁ ଚାନ୍ଦଙ୍କୁ ବି ଗିରଫ କରାଯାଇଥିଲା
ଜଗବନ୍ଧୁଙ୍କ ସହ ଅର୍ଥ କାରବାର ନେଇ ଅନେକ ବ୍ୟକ୍ତିଙ୍କୁ ଜେରା କରିଛି ଇଡି

ଇରାନୀ ପାତ୍ର

ତମାଣ୍ଡୋ ଅଂଚଳରୁ ଇରାନୀ ପାତ୍ରଙ୍କୁ ଗିରଫ କରାଯାଇଥିଲା
ଡାକ୍ତରଙ୍କୁ ପଣବନ୍ଦୀ କରି ୧୦ ଲକ୍ଷ ଟଙ୍କା ଦାବି କରୁଥିବା ଅଭିଯୋଗ
ତାଙ୍କ ସ୍ୱାମୀଙ୍କ ସମେତ ୪ ଜଣଙ୍କ ବାନ୍ଧିଥିଲା ତମାଣ୍ଡୋ ପୋଲିସ
ଗିରଫ ପରେ ସାମ୍ନାକୁ ଆସିଥିଲା ଅନେକ ରୋଚକ ତଥ୍ୟ
ବ୍ୟବସାୟୀ, ଛାତ୍ର, ଡାକ୍ତର, ଇଞ୍ଜିନିୟର ବ୍ଲାକମେଲିଂର ଶିକାର ହୋଇଥିଲେ
ଫେସବୁକ, ଇନଷ୍ଟାଗ୍ରାମରେ ବଡ଼ବଡ଼ିଆଙ୍କ ସହ ବନ୍ଧୁତା କରୁଥିଲେ
ସେମାନଙ୍କୁ ମୋବାଇଲ ନମ୍ବର ନେଇ ଚାଟିଂ ଓ କଲ କରୁଥିଲେ
ଯିଏ ଜାଲରେ ଫସୁଥିଲା, ତାକୁ ଘରକୁ ଡାକୁଥିଲେ ଇରାନୀ
ଅନ୍ତରଙ୍ଗ ମୁହୂର୍ତ୍ତର ଭିଡିଓ କରୁଥିଲେ ଇରାନୀଙ୍କ ସ୍ୱାମୀ
ଅନ୍ୟ ସହଯୋଗୀଙ୍କ ସହ ମିଶି ବ୍ଲାକମେଲିଂ କରି ଲୁଟ୍ କରୁଥିଲେ

ସରିଫା ଖାତୁନ୍ (ମୁସ୍କାନ)

ମାୟାବିନୀ ମୁସ୍କାନକୁ ଗିରଫ କରିଛି ଖାରବେଳନଗର ଥାନା ପୋଲିସ
ପୂର୍ବରୁ ରାଜଧାନୀର ଏକାଧିକ ଡ୍ୟାନ୍ସ ବାରରେ ନାଚୁଥିଲେ
ଡ୍ୟାନ୍ସ ବାରକୁ ଆସୁଥିବା ବଡ଼ବଡ଼ିଆଙ୍କୁ ନିଜ ଜାଲରେ ଫସାଉଥିଲେ
ବ୍ୟବସାୟୀ, ଛାତ୍ର, ଧନୀ ଯୁବକଙ୍କୁ ଟାର୍ଗେଟ୍ କରୁଥିଲେ ମୁସ୍କାନ
ସେମାନଙ୍କଠାରୁ ମୋଟା ଅଙ୍କର ଟଙ୍କା ଆଦାୟ କରୁଥିଲେ
ରେଳ ଷ୍ଟେସନ୍ ନିକଟରେ ଯାତ୍ରୀଙ୍କୁ ଇସାରା ଦେଇ ପାଖକୁ ଡାକୁଥିଲେ
ସେମାନଙ୍କଠାରୁ ଟଙ୍କା ଓ ମୋବାଇଲ୍ ନେଇଯାଉଥିଲେ
ନହେଲେ ଜୋରରେ ପାଟି କରି ଅସଦାଚରଣ ଅଭିଯୋଗ କରୁଥିଲେ
ସହଯୋଗୀଙ୍କ ସହାୟତାରେ ଫିଲ୍ମ ଷ୍ଟାଇଲ୍ରେ ଲୁଟୁଥିଲେ
ମୁସ୍କାନ ଗ୍ୟାଙ୍ଗରେ ଥିଲେ ଦୁଇ ଯୁବତୀ ପାୟଲ ଓ ସୋନମ୍
ଦୁଇ ଜଣଙ୍କ ଏଯାଏଁ କୌଣସି ପତ୍ତା ମିଳି ପାରିନାହିଁ