ସର୍ବନିମ୍ନ ଆବଶ୍ୟକତାରେ ଓଡିଶା ପଛୁଆ: ସ୍ୱଚ୍ଛ ପାନୀୟ ଜଳ, ଘର, ବିଜୁଳି ଓ ସୁରକ୍ଷିତ ରନ୍ଧନ ଗ୍ୟାସ ଭଳି ନିହାତି ଜରୁରୀ ଜିନିଷ ଯୋଗାଇଦେବାରେ ଓଡିଶା ସମେତ ୪ ରାଜ୍ୟ ପଛୁଆ

୨୦୧୮ରେ ପଛୁଆ ଥିବା ୨୦୨୦-୨୧ ଅର୍ଥନୈତିକ ସର୍ଭେ ରିପୋର୍ଟରେ ପ୍ରକାଶ

102

କନକ ବ୍ୟୁରୋ: ସର୍ବନିମ୍ନ ଆବଶ୍ୟକତାରେ ଓଡିଶା ପଛୁଆ । ଦେଶରେ ୨୦୧୮ରେ ସର୍ବନିମ୍ନ ଆବଶ୍ୟକତା ସୂଚୀରେ ଓଡିଶା ସମେତ ୪ଟି ରାଜ୍ୟ ନିମ୍ନ ସ୍ଥାନରେ ରହିଛି । ସ୍ୱଚ୍ଛ ପାନୀୟ ଜଳ, ଘର, ବିଜୁଳି, ସୁରକ୍ଷିତ ରନ୍ଧନ ଇନ୍ଧନ ଭଳି ନିହାତି ଜରୁରୀ ଆବଶ୍ୟକତା ଆଦି ଯୋଗାଇବାରେ ଓଡିଶା, ପଶ୍ଚିମବଙ୍ଗ, ଝାଡଖଣ୍ଡ ଓ ତ୍ରିପୁରା ସମଗ୍ର ଦେଶରେ ପଛୁଆ ରହିଛି । ତେବେ ୨୦୨୦-୨୧ ଅର୍ଥନୈତିକ ସର୍ଭେ ରିିପୋର୍ଟରୁ ଏହା ଜଣାପଡିଛି ।

ପିଇବା ପାଣି ଉପଲବ୍ଧତା ସୂଚୀ ୨୦୧୮ରେ ଓଡିଶା ସମେତ ଝାଡଖଣ୍ଡ ଓ କେରଳ ନିମ୍ନ ସ୍ଥାନରେ ରହିଛି । ରିପୋର୍ଟ ଅନୁସାରେ, ୨୦୧୯-୨୦ରେ ରାଜ୍ୟର ଜିଡିପିକୁ ଓଡିଶା ସମେତ ୮ଟି ରାଜ୍ୟରେ ସେବା କ୍ଷେତ୍ରର ଅବଦାନ ବୃଦ୍ଧି ପାଇଛି । ୨୦୧୯-୨୦ରେ ଓଡିଶାର ମୋଟ ଜିଡିପିରେ ସେବା କ୍ଷେତ୍ରରେ ଅବଦାନ ୪୦.୮୪ ପ୍ରତିଶତ ରହିଛି । ୨୦୧୫-୧୬ରୁ ୨୦୧୯-୨୦ ମଧ୍ୟରେ ଓଡିଶାରେ ସେବା କ୍ଷେତ୍ରରେ ହାରାହାରି ଅଭିବୃଦ୍ଧି ୭.୨୦ ପ୍ରତିଶତ ରହିଥିବା ରିପୋର୍ଟରେ କୁହାଯାଇଛି ।