କନକ ବ୍ୟୁରୋ: ଆଜି ପ୍ରକାଶ ପାଇବ ଯୁକ୍ତ ଦୁଇ ବିଜ୍ଞାନ ପରୀକ୍ଷା ଫଳ । ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ପରିଚାଳିତ ହେଉଥିବା ଯୁକ୍ତ ଦୁଇ ବିଜ୍ଞାନ ବିଭାଗର ପରୀକ୍ଷା ଫଳ ଆଜି ୧୨ଟାରେ ପ୍ରକାଶ ପାଇବ । ପରୀକ୍ଷାର୍ଥୀମାନେ ଡବ୍ଲୁଡବ୍ଲୁଡବ୍ଲୁ ଡଟ୍ ଓରିଶା ରେଜଲ୍ଟସ୍ ଡଟ୍ ଇ୍ନ କିମ୍ବା ଡବ୍ଲୁଡବ୍ଲୁଡବ୍ଲୁ ଡଟ୍ ଓରିଶା ରେଜଲ୍ଟସ୍ ଡଟ୍ ଏନ୍ଆଇସି ଡଟ୍ ଇନ୍ ଜରିଆରେ ସେମାନଙ୍କର ରେଜଲ୍ଟ ବିଜୟରେ ଜାଣି ପାରିବେ ।

Advertisment

ଏହା ବ୍ୟତିତ ମୋବାଇଲ ନମ୍ବର ୦୬୭୪-୨୩୦୦୯୧୪ କିମ୍ବା ୦୬୭୪-୨୩୦୦୯୦୭ ମାଧ୍ୟମରେ ବି ପରୀକ୍ଷାର୍ଥୀ ସେମାନଙ୍କ ଫଳ ପାଇପାରିବେ । ସାମ୍ସର ଇ ସ୍ପେସ୍ ମାଧ୍ୟମରେ କଲେଜଗୁଡ଼ିକୁ ସେମାନଙ୍କ ଛାତ୍ରଛାତ୍ରୀଙ୍କ ପରୀକ୍ଷା ଫଳ ପଠାଇ ଦିଆଯିବ ବୋଲି ପରିଷଦ ପକ୍ଷରୁ ସୂଚନା ଦିଆଯାଇଛି । ଚଳିତବର୍ଷ ୯୫ ହଜାରରୁ ଅଧିକ ଛାତ୍ରଛାତ୍ରୀ ବିଜ୍ଞାନ ବିଭାଗରେ ପରକ୍ଷା ଦେଇଛନ୍ତି ।