କୂଅରେ ପଡ଼ି ଦୁଇ ଭାଇ ମୃତ : ସମ୍ପଲପୁରରୁ ଆସିଲା ଅଭାବନୀୟ ଘଟଣା

145

କନକ ବ୍ୟୁରୋ :କୂଅ ବେଢ଼ାରେ ବସିଥିବା ବେଳେ କୂଅ ଭିତରକୁ ଖସିପଡ଼ିଲେ ୨ ଭାଇ । ସମ୍ବଲପୁରରେ ଘଟିଛି ଏହି ଅଭାବନୀୟ ଘଟଣା । ଲକ୍ଷ୍ମୀଟକିଜ ସ୍ଥିତ ଏକ ୩୦ ଫୁଟ ଗଭୀର କୂଅରେ ୨ ଭାଇ ଖସିପଡ଼ିଥିବାର ଦୃଶ୍ୟ ସିିସିଟିଭିରେ କଏଦ ହୋଇଛି । ଅଗ୍ନିଶମ ବାହିନୀ ଘଟଣା ସ୍ଥଳରେ ପହଂଚି ଉଭୟଙ୍କୁ ଉଦ୍ଧାର କରି ହସ୍ପିଟାଲରେ ଭର୍ତି କରିଥିଲା । ସେଠାରେ ଦୁହିଁଙ୍କ ମୃତ୍ୟୁ ହୋଇଥିବା ସୂଚନା ରହିଛି ।

ଗତକାଲି ରାତିରେ ବସି କଥା ହେଉଥିବା ବେଳେ ଅନ୍ୟମନସ୍କ କାରଣରୁ ଦୁହେଁ କୂଳକୁ ଖସି ପଡ଼ିଥିଲେ । ଟାଉନ୍ ଥାନା ପୁଲିସ ଖବର ପାଇବା ପରେ ଅଗ୍ନିଶମ ବାହିନୀକୁ ଏ ନେଇ ସୂଚନା ଦେଇଥିଲା। ଅଗ୍ନିଶମ ବାହିନୀ ରାତି ୧ ଟା ସମୟରେ ଉଭୟଙ୍କୁ କୂଅ ଭିତରୁ ଉଦ୍ଧାର କରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲା । ସେଠାରେ ଡାକ୍ତର ଉଭୟଙ୍କୁ ମୃତ ଘୋଷାଣା କରିଥିଲେ । ତେବେ ଉଭୟେ ବିଲମ୍ବିତ ରାତ୍ରରେ ଏକାଠି କୂଅରେ କେମିତି ପଡିଲେ ତାହା ଜଣାପଡ଼ି ନାହିଁ । ପୁଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଘଟଣାର ଅନୁସନ୍ଧାନ କରୁଛି ।