ସ୍ୱତନ୍ତ୍ର ବିମାନରେ ଭାରତ ପହଞ୍ଚିବା ପରେ ଆଫଗାନ ଅନୁଭୂତି କହିଲେ ଓଡ଼ିଆ : ଭାରତୀୟମାନଙ୍କୁ ଅଟକାଇବାକୁ ଚେଷ୍ଟା କରୁଥିଲେ ତାଲିବାନୀ

258

ଆଫଗାନିସ୍ତାନରୁ ଭୟଙ୍କର ଅନୁଭୂତି ନେଇ ସୁରକ୍ଷିତ ଭାବେ ଫେରି ଆସିଛନ୍ତି ଓଡିଆ ବ୍ୟକ୍ତି ଦିଲ୍ଲୀପ ଭଞ୍ଜ । ଦିଲ୍ଲୀରେ ପହଞ୍ଚିବା ପରେ ବଖାଣିଛନ୍ତି ତାଲିବାନୀ ଆଫଗାନିସ୍ତାନକୁ କବଜା କରିବା ପରେ କେମିତି ଥିଲା ଭୟଙ୍କର ଅନୁଭୂତି । କହିଛନ୍ତି, ଦିଲ୍ଲୀରେ ପହଞ୍ଚିବା ତାଙ୍କ ପାଇଁ ଏତେ ସହଜ ନଥିଲା । ରାସ୍ତାରେ ଆସୁଥିବାବେଳେ ତାଲିବାନୀ ତାଙ୍କୁ ୩ ଘଣ୍ଟା ଅଟାଇଥିଲେ ।

ବିମାନବନ୍ଦରରେ ସେ ୪୦ ଘଣ୍ଟା ଅପେକ୍ଷା ରହିଥିଲେ । ଏହି ସମୟରେ ପ୍ରତି ମୁହୂର୍ତରେ ରହିଥିଲା ମୃତ୍ୟୁର ଭୟ । କେତେବେଳେ ଚାଲି ଯାଇପାରେ ଜୀବନ । ହେଲେ, ସୌଭାଗ୍ୟ ବସତଃ ସେ ସୁରକ୍ଷିତ ଭାବେ ଭାରତ ଫେରି ଆସିଛନ୍ତି । ଫେରିବା ପରେ କେମିତି ରହିଛି ତାଙ୍କର ସେହି ଅନୁଭୂତି । ଏଟିଏମରେ ଟଙ୍କା ନଥିବାବେଳେ, ଆଫଗାନିସ୍ତାନରେ ଭୟଙ୍କର ପରିସ୍ଥିତି ସୃଷ୍ଟି ହୋଇଛି । ଦରଦାମ ଭୟଙ୍କର ଭାବେ ବଢିଯାଇଛି । ଦିଲ୍ଲୀପ ଆଫଗାନିସ୍ତାନ ମିଳିତ ଜାତିସଂଘ କାର୍ଯ୍ୟାଳୟରେ ପ୍ରୋଗ୍ରାମ ପଲିସି ଆଡଭାଇଜର ଭାବେ କାର୍ଯ୍ୟ କରୁଥିଲେ ।