ଆଡ୍-ମ୍ୟାନରୁ ଫିଲ୍ମ ନିର୍ମାତା । ବଲିଉଡ଼ରେ ଭାଗ୍ୟ ପରୀକ୍ଷା କରୁଛନ୍ତି ଓଡ଼ିଆ ଯୁବକ ଦୟାନିଧି, ପ୍ରଥମ କରି ନିର୍ମାଣ କରୁଛନ୍ତି ହିନ୍ଦି ସର୍ଟ ଫିଲ୍ମ ‘ନୱାବ୍’ ।

546

କନକ ବ୍ୟୁରୋ: ଚମକିଲେ ଓଡ଼ିଆ ସ୍ମାର୍ଟ ସିଟିର ଆଡ୍ ମ୍ୟାନ୍ ଦୟାନିଧି । ଟିଭି କର୍ମସିଆଲରୁ ବଲିଉଡ଼ରେ ଏଣ୍ଟ୍ରି ମାରିଲେ ଦୟାନିଧି ଦହିମା । ଖୁବଶୀଘ୍ର ପରଦାକୁ ଆସିବାକୁ ଥିବା ବଲିଉଡ଼ ସର୍ଟ ଫିଲ୍ମ ‘ନୱାବ’ର ପ୍ରଜୋଜନା ଦେଉଛନ୍ତି ଓଡ଼ିଆ ଯୁବକ ଦୟାନିଧି ଦହିମା । ତେବେ ସ୍ମାର୍ଟ ସିଟିରେ ‘ଏଣ୍ଟରଟେନମେଣ୍ଟ ୱାଲା ଦୟା’ ଭାବେ ଜଣାଶୁଣା ଏହି ସର୍ବଗୁଣ ସମ୍ପନ ଦୟା ଆସିବାକୁ ଥିବା ସର୍ଟ ହିନ୍ଦି ଫିଲ୍ମ ‘ନୱାବ’ରୁ ଭାଗ୍ୟ ପରୀକ୍ଷା କରିବାକୁ ଯାଉଛନ୍ତି ।

କମେଡ଼ି-ଡ୍ରାମାରେ ଭରପୁର ଥିବା ଏହି ସର୍ଟ ଫିଲ୍ମଟି ଜଣେ ସ୍ୱାମୀକୁ ତାଙ୍କ ପତ୍ନୀ ଛାଡ଼ି ଯିବାପରେ ସେ କିଭଳି ରହୁଛନ୍ତି ଏବଂ ଗୋଟେ କୁକୁରକୁ ଘରକୁ ଆଣି ତା’ ସହିତ କିଭଳି ସମୟ ଅତିବାହିତ କରୁଛନ୍ତି ତାହାକୁ ନେଇ ଏହି ଚଳଚିତ୍ର ନିର୍ମାଣ କରାଯାଉଛି ବୋଲି କହିଛନ୍ତି ଦୟାନିଧି । ତେବେ ଫିଲ୍ମଟିର ନିର୍ଦ୍ଦେଶନା ଓ ଲେଖିକା ମାନସୀ ଜୈନ ତୁଲାଇଥିବାବେଳେ ପ୍ରସିଦ୍ଧ ମ୍ୟୁଜିକ୍ କମ୍ପୋଜର ପ୍ରିତମ ଏହାର ସଂଗୀତ ଦାୟିତ୍ୱରେ ରହିଛନ୍ତି ।

ସବୁଠାରୁ ବଡ଼ କଥା ହେଲା ଯେ, ଏହି ଫିଲ୍ମରେ ବଲିଉଡ଼ର ନାମିଦାମୀ କଳାକାର, ଅପରଶକ୍ତି ଖୁରାନା, ଗିତୀକା ବିଦ୍ୟା, ମାରିଆ ଗୋରେଟ୍ଟି, ମଲାଇକା ଦୁଆ ଏବଂ ଜରିନା ୱାହାବ ପ୍ରମୂଖ ଭୂମିକାରେ ନଜର ଆସିବେ । ତେବେ ଓଡ଼ିଆ ଯୁବକ ଦୟାନିଧିଙ୍କ ପାଇଁ ଏହା ପ୍ରଥମ ହିନ୍ଦି ସର୍ଟ ଫିଲ୍ମ ହୋଇଥିବାବେଳେ ବଲିଉଡ଼ କଳାକାରଙ୍କୁ ନେଇ ନିର୍ମାଣ କରୁଥିବା ଏହି ଫିଲ୍ମରେ ଭାଗ୍ୟ ପରୀକ୍ଷା କରିବାକୁ ଯାଉଛନ୍ତି । ତେଣୁ ଏହି ଫିଲ୍ମଟି ଦର୍ଶକମାନଙ୍କୁ ସମସ୍ତ ପ୍ରକାର ଖୋରାକ ଯୋଗାଇବ ବୋଲି ଆଶା ରଖିଛନ୍ତି ଦୟା ।

ଅନ୍ୟପଟେ ଏହି ଓଡ଼ିଆ ଯୁବ ଫିଲ୍ମ ନିର୍ମାତା ଦୟାନିଧି ଦହିମା ଏଫଟିଆଇଆଇ ପୁଣେରୁ ସିନେମାଟୋଗ୍ରାଫି ପାଠ୍ୟକ୍ରମ ଶେଷ କରିଛନ୍ତି । ତେବେ ପ୍ରଥମ କରି ଏହି ଓଡ଼ିଆ ଯୁବ ଫିଲ୍ମ ନିର୍ମାତା ହିନ୍ଦି ସର୍ଟ ଫିଲ୍ମ ନିର୍ମାଣ କରି ବଲିଉଡ଼ ଜଗତରେ ଭାଗ୍ୟ ପରୀକ୍ଷା କରିବାକୁ ଯାଉଛନ୍ତି । ତେବେ ତାଙ୍କର ଏଭଳି କୃତ୍ତ୍ୱିତ୍ୱ ପାଇଁ ବଲିଉଡ଼ ଜଗତରେ ପୁଣି ଜଣେ ଯୁବ ପ୍ରତିଭାଙ୍କ କମାଲ ଦେଖିବାକୁ ମିଳିବ । ଯାହା ସାରା ଓଡ଼ିଶାକୁ ଗ୍ୱରାବନିତ କରିବ ।