ବେଙ୍ଗାଲୁରୁରେ ପଢାଯିବ ଓଡିଆ ! ଓଡିଆ ପିଲାଙ୍କ ଭିତରେ ଖୁସିର ଲହରୀ

46

ବେଙ୍ଗାଲୁରୁରେ ପିଲା ପଢିବେ ଓଡିଆ ଭାଷା । ଏହାକୁ ନେଇ ବେଙ୍ଗାଲୁରୁରେ ରହୁଥିବା ଓଡିଆଙ୍କ ଭିତରେ ଖେଳିଯାଇଛି ଖୁସିର ଲହରୀ । ବେଙ୍ଗାଲୁରୁ ସ୍ଥିତ ଗଡୱିନ ପବ୍ଲିକ ସ୍କୁଲର ପିଲା ପଢିବେ ଓଡ଼ିଆ ଭାଷା । ଆସନ୍ତା ଶିକ୍ଷାବର୍ଷଠୁ ଓଡ଼ିଆ ଭାଷା କୁ ଏକ ଇଚ୍ଛାଧୀନ ବିଷୟ ଭାବରେ ପିଲାମାନେ ରଖିପାରିବେ । ଓଡିଆକୁ ପ୍ରଥମ ଶ୍ରେଣୀଠାରୁ ପାଠ୍ୟକ୍ରମରେ ସାମିଲ କରାଯାଇଛି । ଏହାକୁ ନେଇ ବେଙ୍ଗାଲୁରୁ ସହରରେ ରହୁଥିବା ଓଡ଼ିଆ ମାନଙ୍କ ମଧ୍ୟରେ ଖେଳିଯାଇଛି ଖୁସିର ଲହରୀ। ପାଠ୍ୟକ୍ରମରେ ଓଡ଼ିଆ ଭାଷା ସାମିଲ କରିବାରେ ଗଡୱିନ ହେଉଛି ଦକ୍ଷିଣ ଭାରତର ପ୍ରଥମ ଇଂଲିଶ ମିଡିୟମ୍ ସ୍କୁଲ।

ବେଙ୍ଗାଲୁରୁର ଏହି ସ୍କୁଲରେ ୨୦୦ରୁ ଅଧିକ ଓଡ଼ିଆ ପିଲା ପାଠ ପଢନ୍ତି। ଫଳରେ ଓଡ଼ିଶାର ଭାଷା, ସଂସ୍କୃତି ପ୍ରତି ଆକୃଷ୍ଟ ହୋଇ ଓଡ଼ିଆ ଭାଷାକୁ ପାଠ୍ୟକ୍ରମରେ ସାମିଲ କରିବା ଲାଗି ନିଷ୍ପତ୍ତି ନେଇଥିବା କହିଛନ୍ତି ସ୍କୁଲ ଚେୟାରମ୍ୟାନ । ଆସନ୍ତା ୩୦ ତାରିଖରେ ସ୍କୁଲର ଚେୟାରମ୍ୟାନ ଜଗଦୀଶ କୁମାର ଓଡ଼ିଶା ଆସି ଗଣଶିକ୍ଷା ମନ୍ତ୍ରୀ ବଦ୍ରି ପାତ୍ର ଓ ମନ୍ତ୍ରୀ ଉଷା ଦେବୀଙ୍କୁ ସାକ୍ଷାତ କରିବାର କାର୍ୟ୍ୟକ୍ରମ ରହିଛି । ବେଙ୍ଗାଲୁରୁ ପୂର୍ବରୁ ଝାଡଖଣ୍ଡ, ପଶ୍ଚିମବଙ୍ଗ ଓ ଗୁଜରାଟର କେତେକ ସ୍କୁଲରେ ଓଡିଆ ଭାଷା ପଢାଯାଉଛି । ଫଳରେ ଓଡିଶା ବାହାରେ ରହୁଥିବା ଓଡିଆ ପିଲାମାନେ ଓଡିଶାର ବିଷୟରେ ଜାଣିବା ସହ ଓଡିଶାର ସଂସ୍କୃତି ସହ ଜଡିତ ହୋଇପାରିିବେ । ଓଡିଶାରେ ସରକାରୀ ଅଫିସରେ ଓଡିଆ ଭାଷାର ପ୍ରଚଳନ ଲାଗି ଓଡିଆଙ୍କୁ ଆନ୍ଦୋଳନ କରିବାକୁ ପଡୁଥିବା ବେଳେ ବେଙ୍ଗାଲୁରୁରେ ପିଲା ଓଡିଆ ପଢିବା ନିଶ୍ଚିତ ଭାବେ ସ୍ୱାଗତଯୋଗ୍ୟ ପଦକ୍ଷେପ ।