ଫୋର୍ବସ୍ ଭାରତୀୟ ସଂସ୍କରଣରେ ଓଡିଆ ଆଦିବାସୀ ଝିଅ । ଦେଶର ପ୍ରଭାବଶାଳୀ ମହିଳାଙ୍କ ତାଲିକାରେ ୨୩ତମ ସ୍ଥାନରେ ମାଲକାନଗିରିର ଜୟନ୍ତୀ ବୁରୁଦା ।

233

କନକ ବ୍ୟୁରୋ: ଆର୍ନ୍ତଜାତୀୟ ଫୋର୍ବସ୍ ମ୍ୟାଗାଜିନରେ ସ୍ଥାନ ପାଇଲେ ଆଦିବାସୀ ଝିଅ । ମାଲକାନାଗିରିର ଆଦିବାସୀ ଝିଅ ଜୟନ୍ତୀ ବୁରୁଦା ଦେଶର ୨୩ ଜଣ ପ୍ରଭାବଶାଳୀ ମହିଳାଙ୍କ ମଧ୍ୟରେ ସ୍ଥାନ ପାଇଛନ୍ତି । ଜୟନ୍ତୀ ପେଶାରେ ଜଣେ ସାମ୍ବାଦିକା କିନ୍ତୁ ସମାଜସେବା ଦିଗରେ ତାଙ୍କର ବିଶେଷ ଆଗ୍ରହ ରହିଛି । ବଡ ଦିଦି ଏବଂ ଜଙ୍ଗଲରାଣୀ ସଙ୍ଗଠନ ଜରିଆରେ ପଛୁଆ ଅଞ୍ଚଳର ଝିଅଙ୍କୁ ସ୍ୱାସ୍ଥ୍ୟ ଓ ପ୍ରଯୁକ୍ତିବିଦ୍ୟା ଉପରେ ଶିକ୍ଷା ଦେଇ ଚର୍ଚ୍ଚାକୁ ଆସିଛନ୍ତି ଜୟନ୍ତୀ । ସେହିପରି ରୁତୁସ୍ରାବ ସମସ୍ୟା ଦୂର ପାଇଁ ପ୍ୟାଡ୍ ବ୍ୟାଙ୍କ ମଧ୍ୟ ପ୍ରତିଷ୍ଠା କରିଛନ୍ତି । ଅପହଞ୍ଚ ଅଞ୍ଚଳରେ ଆଶାର ଆଲୋକ ସାଜିଥିବା ଜୟନ୍ତୀ ଜାତୀୟସ୍ତରରେ ଚମକିବା ପରେ ଗର୍ବିତ ହୋଇଛନ୍ତି ମାଲକାନାଗିରି ବାସିନ୍ଦା ।

ଜୟନ୍ତୀ ୨୦୧୭ରେ ୨୦ ଜଣ ଶିକ୍ଷିତ ଯୁବକଯୁବତୀଙ୍କୁ ନେଇ ବଡ଼ ଦିଦି ସଙ୍ଗଠନ ଆରମ୍ଭ କରିଥିଲେ । ଦୁର୍ଗମ ଅଞ୍ଚଳ ବଣ୍ଡାଘାଟିର ବିଭିନ୍ନ ଗାଁ ବୁଲି ଯୁବତୀଙ୍କୁ ସାନିଟାରି ପ୍ୟାଡ୍ ବ୍ୟବହାର ଉପରେ ସଚେତନ କରାଉଛନ୍ତି ।