ଓଡିଆ ଟେଲି ଅଭିନେତ୍ରୀ ନିକିତାଙ୍କ ମୃତ୍ୟୁ । ମୁଣ୍ଡରେ ଆଘାତ ଲାଗିବା କାରଣରୁ ନିକିତାଙ୍କ ମୃତ୍ୟୁ ହୋଇଥିବା ସୂଚନା

Advertisment
ଓଡିଆ ଟେଲି ଅଭିନେତ୍ରୀ ନିକିତାଙ୍କ ମୃତ୍ୟୁ । ମୁଣ୍ଡରେ ଆଘାତ ଲାଗିବା କାରଣରୁ ନିକିତାଙ୍କ ମୃତ୍ୟୁ ହୋଇଥିବା ସୂଚନା

କନକ ବ୍ୟୁରୋ: କିଛି ଦନ ତଳେ ଓଡିଆ  ଆଲବମ୍ ନାୟିକା ସିମରନଙ୍କ ମୃତ୍ୟୁ ଲୋକଙ୍କୁ ମନରୁ ନ ଲିଭୁଣୁ ଆଜି ଆଉ ଜଣେ ଚର୍ଚ୍ଚିତ ନାୟିକାଙ୍କ ମୃତ୍ୟୁ ଖବର ଆସିଛି । ଓଡିଆ ଅଭିନେତ୍ରୀ ନିକିତାଙ୍କ ସନ୍ଦେହ ଜନକ ମୃତ୍ୟୁ ଏବେ ଚାରିଆଡେ ଚର୍ଚ୍ଚାର କେନ୍ଦ୍ର ବିନ୍ଦୁ ପାଲଟିଛି । ନିକିତା ଅନେକ ଓଡିଶା ଧାରାବାହୀକରେ  ଅଭିନୟ କରିଆସିଛନ୍ତି ।

publive-image

ପ୍ରାଥମିକ ଖବରରୁ ଯାହା ଜଣା ପଡିଛି କି, ଅଭିନେତ୍ରୀ ନିକିତା ତାଙ୍କ କଟକ ଘରେ ସେ ଖସି ପଡ଼ିବା ପରେ ମୁଣ୍ଡରେ ଗଭୀର ଆଘାତ ଲାଗିଥଲା। ପରେ ତାଙ୍କୁ ଏକ ଘରୋଇ ହସପିଟାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ ତାଙ୍କର ମୃତ୍ୟୁ ଘଟିଛି। ଓଡ଼ିଆ ଧାରାବାହିକ ଓ ସିନେମା ଜଗତର ଜଣେ ଜଣାଶୁଣା ଅଭିନେତ୍ରୀ ଭାବେ ପରିଚିତ ନିକିତା।

publive-image

ଏସିପି ନିକିତା ଭଳି ଧାରାବାହିକ ଓ ଆଖି ଖୋଲିବାକୁ ଡର ଲାଗୁଛି, ଚୋରି ଚୋରି ମନ ଚୋରି, ମାଆର ପଣତକାନି ଭଳି ସିନେମାରେ ସେ ବଳିଷ୍ଠ ଅଭିନୟ କରି ଲୋକପ୍ରିୟ ହୋଇଥିଲେ। ତେବେ ନିକିତାଙ୍କ ମୃତ୍ୟୁ ଖବର ପାଇବା ପରେ ସମଗ୍ର ଓଲିଉଡ ଜଗତରେ ଶୋକର ଛାୟା ଖେଳି ଯାଇଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe