ଉତ୍ତରପ୍ରଦେଶ ଯାଏଁ ଲମ୍ବିଛି ନକଲି ସାର୍ଟିଫିକେଟ୍ ଗ୍ୟାଙ୍ଗର ଚେର : ୟୁପି ବୋର୍ଡରେ ଓଡ଼ିଆ ସିଲାବସ୍; ହିନ୍ଦୀରେ ଲେଖାଅଛି ଓଡ଼ିଆ ଭାଷା

2,768

କନକ ବ୍ୟୁରୋ : ବଲାଙ୍ଗିର ନକଲି ସାର୍ଟିଫିକେଟ୍ ଚେର ଉତ୍ତରପ୍ରଦେଶ ପର୍ଯ୍ୟନ୍ତ ଲମ୍ବିଛି । ଏହାର ପ୍ରମାଣ ଲାଗିଛି କନକ ନ୍ୟୁଜ୍ ହାତରେ । ୟୁପି ବୋର୍ଡରେ ରହିଛି ଓଡ଼ିଆ ସିଲାବସ୍ । ଏହି ସିଲାବସରେ ଓଡ଼ିଆ ଭାଷାକୁ ହିନ୍ଦୀରେ ଲେଖାଯାଇଛି । ଓଡ଼ିଶାର ଅନେକ କଥାବସ୍ତୁ ଏହି ସିଲାବସରେ ସ୍ଥାନ ପାଇଛି । ଓଡ଼ିଶାର ଇତିହାସ ମଧ୍ୟ ହିନ୍ଦୀ ଭାଷାରେ ଲେଖାଯାଇଛି । ଏହାକୁ ଦେଖାଇ ପିଲାଙ୍କୁ ଆକୃଷ୍ଟ କରୁଥିଲେ କିଛି ଶିକ୍ଷା ଦଲାଲ । ଆଉ କୁହାଯାଉଛି, ଅନଲାଇନରେ ପରୀକ୍ଷା କରାଯାଉଛି କହି ନକଲି ପରୀକ୍ଷା କରାଉଥିଲେ ଦଲାଲ । ଏପରି ଲୋକଙ୍କୁ ଭୁଆଁ ବୁଲାଇ ସାର୍ଟିଫିକେଟ୍ ଦିଆଯାଉଥିଲା । ଏପରିକି ପରୀକ୍ଷା ନଦେଇ ମଧ୍ୟ ଓଡ଼ିଆରେ ଶହେରୁ ୯୯ ନମ୍ବର ରଖି ପାସ୍ କରୁଥିଲେ ଛାତ୍ରଛାତ୍ରୀ । ଏହିପରି ନକଲି ସାର୍ଟିଫିକେଟ୍ କରି ଲକ୍ଷ ଲକ୍ଷ ଟଙ୍କାରେ ସାର୍ଟିଫିକେଟ୍ ବିକ୍ରି କରୁଥିଲେ ମନୋଜ ଓ ଆଲୋକ ।