ନାସାର ହ୍ୟୁମାନ ରୋଭର ଚାଲେଞ୍ଜରେ ଭାଗନେବେ ଓଡିଆ ଛାତ୍ର । ଦଶ ଜଣିଆ ଟିମକୁ ମନୋନୀତ କଲା ନାସା

142

କନକ ବ୍ୟୁରୋ : ନାସାର ହ୍ୟୁମାନ ରୋଭର ଚାଲେଞ୍ଜରେ ଭାଗନେବେ ଓଡିଆ ପିଲା । ତେଣୁ ପ୍ରଥମଥରପାଇଁ ଓଡିଶାର ଏହି ଦଶଜଣିଆ ଟିମର ଡିଜାଇନ ନାସା ଦ୍ୱାରା ମନୋନୀତ ହୋଇଛି । ଅପ୍ରେଲ ୨୦୧୦ରେ ଓଡିଶାର ସ୍କୁଲ ଓ ଆଇଆଇଟି ଛାତ୍ର ମାନଙ୍କର ଏହି ଟିମ ଆଲବାମାର ହଂଟସଭିଲରେ ନାସା ହ୍ୟୁମାନ ରୋଭର ଚ୍ୟାଲେଂଜରେ ନିଜର ମଡେଲ ପ୍ରଦର୍ଶନ କରାଇବେ ।

ପ୍ରତିବର୍ଷ ନାସା ହ୍ୟୁାମନ ଏକ୍ସପ୍ଲୋରେସନ ରୋଭର ଚ୍ୟାଲେଂଜରେ ମାନବ ମହାକାଶ ଅନୁସନ୍ଧାନର ପରବର୍ତୀ ପଯ୍ୟାୟରେ ଛାତ୍ରମାନଙ୍କୁ ଜଡିତ କରିବାପାଇଁ ଏକ ଇଂଜିନିୟରିଙ୍ଗ ଡିଜାଇନ ଚ୍ୟାଲେଂଜ ଆୟୋଜନ କରିଥାଏ । ନାଭୋନମେସ ପ୍ରସାର ଛାତ୍ର ଜ୍ୟୋତିର୍ବିଜ୍ଞାନ ଅନୁଷ୍ଠାନର ଦଶଜଣିଆ ଟିମ ଏହି ପ୍ରତିଯୋଗିତାରେ ଅଂଶଗ୍ରହଣ କରିବାକୁ ମନୋନୀତ ହୋଇଛନ୍ତି ।

ଯେଉଁଥିରେ ଏକ ହ୍ୟୁମାନ ରୋଭର ମଡେଲ ପ୍ରସ୍ତୁତ କରିବ ଏବଂ ୟୁଏସଏରେ ଅପ୍ରେଲ ମାସରେ ହେବାକୁ ଥିବା ରୋଭର ଚ୍ୟାଲେଂଜରେ ପ୍ରଦର୍ଶନ କରିାବେ । ଏହି ଦଶଜଣିଆ ଟିମ ମଙ୍ଗଳ ଗ୍ରହ ଓ ଚନ୍ଦ୍ରରେ କିପରି ଗୋଟିଏ ମାନବ ଦ୍ୱାରା ପରିଚାଳିତ ରୋଭର ଓହ୍ଲାଇବ । ଏମାନେ ମଡେଲ ପ୍ରସ୍ତୁତ କରିବା, ଡିଜାଇନ, ବଟ ଡ୍ରାଇଭିଙ୍ଗ, ମେକାନିକ୍ସ, ଉପସ୍ଥାପନା, ପରିଚାଳନା ଏବଂ ମାର୍କେଟିଙ୍ଗ ସହିତ ଜଡିତ କାର୍ଯ୍ୟ କରୁଛନ୍ତି ।
ଏହି ଟିମ ଗଠନ କରିବାପାଇଁ ପ୍ରଥମେ ଅନିଲ ଅନଲାଇନ ଯୋଗେ ଆବେଦନ କରିଥିଲେ । ସମଗ୍ର ରାଜ୍ୟରୁ ୮ଶହ ଛାତ୍ରଛାତ୍ରୀ ଆବେଦନ କରିଥିବା ବେଳେ ସେମାନଙ୍କ ମଧ୍ୟରୁ ୧୦ଜଣଙ୍କୁ ମନୋନୀତ କରାଯାଇଥିଲା । ସେମାନଙ୍କ ଦ୍ୱାରା ପ୍ରସ୍ତୁତ ଡିଜାଇନ ନାସାଦ୍ୱାରା ମନୋନୀତ ହୋଇଥିଲା ।

ନଭୋନମେସ ପ୍ରସାର ଫାଉଣ୍ଡେସନ ମଧ୍ୟ ଅନ୍ୟାନ୍ୟ ପ୍ରକଳ୍ପରେ ଜଡିତ ଅଛି ଯାହା ବୈଜ୍ଞାନିକ ସ୍ୱଭାବ ସୃଷ୍ଟି କରିବା ଏବଂ ଯୁବ ମନ ମଧ୍ୟରେ ବିଜ୍ଞାନ ପ୍ରତି କୌତୁହଳ ଏବଂ ନୂତନତ୍ୱ ଆତ୍ମା ସୃଷ୍ଟି କରିବା । ଏହି କାର୍ଯ୍ୟକ୍ରମ ଲାଗି ଯଥେଷ୍ଟ ଅର୍ଥର ଆବଶ୍ୟକ ରହିଛି । ସରକାର କିମ୍ବା କୌଣସି ବ୍ୟକ୍ତି ବା ଅନଚୁଷ୍ଠାନର ସହଯୋଗର ହାତ ବଢାଇବେ ତାଦ୍ୱାରା ସେମାନେ ଉପକୃତ ହେବେବୋଲି କହିଛନ୍ତି ଅନିଲ ।