କନକ ବ୍ୟୁରୋ : ୟୁକ୍ରେନର ରାଜଧାନୀ କିଭ ଓ ଖାରକିଭରୁ ଭାରତୀୟ ଛାତ୍ରଛାତ୍ରୀମାନେ ବାହାରକୁ ଚାଲି ଆସିଛନ୍ତି । ଋଷିଆ ସ୍ଥଳସେନାର ପ୍ରବେଶ ପୂର୍ବରୁ ଏମାନେ ସୁରକ୍ଷିତ ବାହାରି ଆସିବା ଜରୁରୀ ଥିଲା । ତେବେ ଖାରକିଭ ଅଂଚଳରେ ଋଷିଆ ବାୟୁସେନାର ଘନଘନ ଆକ୍ରମଣ ଭିତରେ ଫସି ରହିଥିବା ଓଡିଆ ଛାତ୍ରଛାତ୍ରୀ କେମିତି ମୁକୁଳିବେ ତାକୁ ନେଇ ଚିନ୍ତାରେ ଥିଲେ ପରିବାର । ମିଳିଥିବା ତାଜା ସୂଚନା ଅନୁସାରେ ଖାରକିଭରେ ଥିବା ଲିଭ ରେଳ ଷ୍ଟେସନରୁ ଓଡିଆ ଛାତ୍ରଛାତ୍ରୀମାନେ ବାହାରି ଆସିଛନ୍ତି ।

Advertisment

publive-image

ପ୍ରାୟ ଦେଢଘଂଟା ଧରି ଚାଲିବା ପରେ ଏମାନେ ରେଳ ଷ୍ଟେସନରେ ପହଂଚିଥିଲେ । ସେଠାରୁ ପୋଲାଣ୍ଡ ଓ ହଙ୍ଗେରୀ ସୀମାରେ ପହଂଚିବେ ଛାତ୍ରଛାତ୍ରୀ । ତେବେ ସେମାନଙ୍କୁ କୌଣସି ପ୍ରକାର ଭିଡିଓ କିମ୍ବା ଫଟୋ ଉତ୍ତୋଳନ କରିବାକୁ ବାରଣ କରାଯାଇଥିବା ଜଣାପଡିଛି । ଏଥିପାଇଁ ୟୁକ୍ରେନ ସେନା ପକ୍ଷରୁ କଡା ତାଗିଦ କରାଯାଇଛି । ହାତରେ ଭାରତୀୟ ପତାକା ଧରି ଏହି ଛାତ୍ରଛାତ୍ରୀମାନେ ଯାତ୍ରା କରୁଛନ୍ତି । ଯୁଦ୍ଧ କ୍ଷେତ୍ରରୁ ସୁରକ୍ଷିତ ବାହାରି ଆସିଥିବାରୁ ସେମାନେ ଖୁସିଥିବା କହିଛନ୍ତି । କନକ ନ୍ୟୁଜ ହାତରେ ଲାଗିଛି ଦୁଇଜଣ ଓଡିଆ ଛାତ୍ରୀଙ୍କ ଫଟୋ । ଯେଉଁମାନେ ଯୁଦ୍ଧ ପ୍ରବଣ ଖାରକିବ ଅଂଚଳରୁ ସୁରକ୍ଷିତ ବାହାରି ଆସିଛନ୍ତି ।