କନକ ବ୍ୟୁରୋ : ଦେଶରେ ଚମକିଲେ ଓଡ଼ିଆ ପୁଅ । ନିଟ୍ ପ୍ରବେଶିକା ପରୀକ୍ଷାରେ ଦେଶରେ ଟପ୍ପର ହେଲେ ରାଉରକେଲାର ସୋଏବ ଅଫତାବ । ଶତପ୍ରତିଶତ ନମ୍ବର ରଖି ଏହି ସଫଳତା ହାସଲ କରିଛନ୍ତି ସୋଏବ । ପ୍ରଥମ ଛାତ୍ର ଭାବେ ନିଟ୍ ପରୀକ୍ଷାରେ ଶତପ୍ରତିଶତ ନମ୍ବର ରଖିଛନ୍ତି ସୋଏବ ।
ନିଟ୍ ପରୀକ୍ଷା ୭୨୦ ନମ୍ବରର ହୋଇଥିବା ବେଳେ ସୋଏବ ୭୨୦ ନମ୍ବର ରଖି ଟପ୍ପର ହୋଇଛନ୍ତି । ଫିଜିକ୍ସରେ ୧୮୦ରୁ ୧୮୦, କେମେଷ୍ଟ୍ରିରେ ୧୮୦ରୁ ୧୮୦, ବାୟୋଲୋଜିରେ ୩୬୦ ରୁ ୩୬୦ ନମ୍ବର ରଖି ଏହି ସଫଳତା ହାସଲ କରିଛନ୍ତି ସୋଏବ । ରାଉରକେଲା ଅଞ୍ଚଳର ୧୮ ବର୍ଷୀୟ ସୋଏବ ନିଟ୍ ପରୀକ୍ଷା କଠିନ ପରିଶ୍ରମ କରି ଆସୁଥିଲେ । ସୋଏବଙ୍କ ଏହି ସଫଳତା ରାଜ୍ୟବାସୀଙ୍କୁ ଗର୍ବିତ କରିଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2020/10/21-15.jpg)