ଛତିଶଗଡ ନକ୍ସଲ ଆକ୍ରମଣରେ ସହିଦ ହୋଇଛନ୍ତି ଓଡିଆ ପୁଅ । କଳାହାଣ୍ଡି ଜିଲ୍ଲାର ସୁବାସ ନାଏକ ନକ୍ସଲଙ୍କ ଗୁଳିରେ ସହିଦ ।

Advertisment
ଛତିଶଗଡ ନକ୍ସଲ ଆକ୍ରମଣରେ ସହିଦ ହୋଇଛନ୍ତି ଓଡିଆ ପୁଅ । କଳାହାଣ୍ଡି ଜିଲ୍ଲାର ସୁବାସ ନାଏକ ନକ୍ସଲଙ୍କ ଗୁଳିରେ ସହିଦ ।

କନକ ବ୍ୟୁରୋ: ଛତିଶଗଡ ନକ୍ସଲ ଆକ୍ରମଣରେ ସହିଦ ହୋଇଛନ୍ତି ଓଡିଆ ପୁଅ । ନକ୍ସଲଙ୍କ ଗୁଳିମାଡରେ ଆଖି ବୁଜିଥିବା ୨୨ ଜଣ ଯବାନଙ୍କ ଭିତରେ ଅଛନ୍ତି ଜଣେ ଓଡିଆ ଯବାନ । ଡିଆରଜି ବାଟାଲିୟନରେ କନେଷ୍ଟବଳ ଥିବା ଓଡିଆ ପୁଅ ସୁବାସ ନାଏକ ନକ୍ସଲ ଆକ୍ରମଣରେ ସହିଦ ହୋଇଛନ୍ତି ।

ସୁବାସଙ୍କ ପୈତୃକ ଘର ହେଉଛି କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକରେ । ସେ ଡିଆରଜି ବାଟାଲିୟନରେ ଜଣେ କନେଷ୍ଟବଳ ଭାବେ କାର୍ଯ୍ୟରତ ଥିଲେ । ଛତିଶଗଡରେ ହୋଇଥବା ମାଓ ଦମନ ଅଭିଯାନରେ ସେ ନକ୍ସଲଙ୍କ ଗୁଳିରେ ଆଖି ବୁଜି ସହିଦ ହୋଇଛନ୍ତି । ସୁବାସଙ୍କ ସହିତ ଆହୁରି ୨୧ ଜଣ ଯବାନ ନକ୍ସଲଙ୍କ ଗୁଳିରେ ଆଖି ବୁଜିଛନ୍ତି । ସାରା ଦେଶରୁ ଏବେ ସହିିଦ ଯବାନଙ୍କ ପାଇଁ ଲୋକମାନେ ଶ୍ରଦ୍ଧାଜ୍ଞଳି ଜଣାଯାଉଛନ୍ତି । ତେବେ ଏହି ସହିଦଙ୍କ ଭିତରେ ଏବେ ଓଡିଆ ପୁଅ ସୁବାସ ଥିବା ମଧ୍ୟ ସୂଚନା ମିଳିଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe