କନକ ବ୍ୟୁରୋ: ଛତିଶଗଡ ନକ୍ସଲ ଆକ୍ରମଣରେ ସହିଦ ହୋଇଛନ୍ତି ଓଡିଆ ପୁଅ । ନକ୍ସଲଙ୍କ ଗୁଳିମାଡରେ ଆଖି ବୁଜିଥିବା ୨୨ ଜଣ ଯବାନଙ୍କ ଭିତରେ ଅଛନ୍ତି ଜଣେ ଓଡିଆ ଯବାନ । ଡିଆରଜି ବାଟାଲିୟନରେ କନେଷ୍ଟବଳ ଥିବା ଓଡିଆ ପୁଅ ସୁବାସ ନାଏକ ନକ୍ସଲ ଆକ୍ରମଣରେ ସହିଦ ହୋଇଛନ୍ତି ।
ଛତିଶଗଡ ନକ୍ସଲ ଆକ୍ରମଣରେ ସହିଦ ୨୨ ଯବାନଙ୍କ ଭିତରେ ଅଛନ୍ତି ଜଣେ ଓଡିଆ ଯବାନ । କଳାହାଣ୍ଡି କୋକସରା ବ୍ଲକର ଯବାନ ସୁବାସ ନାଏକ ସହିଦ । ଡିଆରଜି ବାଟାଲିୟନରେ କନେଷ୍ଟବଳ ଥିଲେ ସୁବାସ । #Kalahandi#NaxalAttackpic.twitter.com/qfbnHavrwk
— Kanak News (@kanak_news) April 6, 2021
ସୁବାସଙ୍କ ପୈତୃକ ଘର ହେଉଛି କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକରେ । ସେ ଡିଆରଜି ବାଟାଲିୟନରେ ଜଣେ କନେଷ୍ଟବଳ ଭାବେ କାର୍ଯ୍ୟରତ ଥିଲେ । ଛତିଶଗଡରେ ହୋଇଥବା ମାଓ ଦମନ ଅଭିଯାନରେ ସେ ନକ୍ସଲଙ୍କ ଗୁଳିରେ ଆଖି ବୁଜି ସହିଦ ହୋଇଛନ୍ତି । ସୁବାସଙ୍କ ସହିତ ଆହୁରି ୨୧ ଜଣ ଯବାନ ନକ୍ସଲଙ୍କ ଗୁଳିରେ ଆଖି ବୁଜିଛନ୍ତି । ସାରା ଦେଶରୁ ଏବେ ସହିିଦ ଯବାନଙ୍କ ପାଇଁ ଲୋକମାନେ ଶ୍ରଦ୍ଧାଜ୍ଞଳି ଜଣାଯାଉଛନ୍ତି । ତେବେ ଏହି ସହିଦଙ୍କ ଭିତରେ ଏବେ ଓଡିଆ ପୁଅ ସୁବାସ ଥିବା ମଧ୍ୟ ସୂଚନା ମିଳିଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/05/31/2025-05-31t055911608z-1001121283.png)
/kanak/media/post_attachments/wp-content/uploads/2021/04/naxal-attack.jpg)