ଉତ୍କଳ ଦିବସ ଅବସରେ ପୁଣି ଥରେ ମନଜିଣିଲା ‘ବନ୍ଦେ ଉତ୍କଳ ଜନନୀ’ । କଣ୍ଠଶିଳ୍ପୀ ତୃପ୍ତି ଦାସଙ୍କ କଣ୍ଠରେ ଏହି ଗୀତଟି ଏବେ ସୋସିଆଲ୍ ମିଡିଆରେ ଟ୍ରେଣ୍ଡିଂରେ

69

କନକ ବ୍ୟୁରୋ: ଉତ୍କଳ ଦିବସ ଅବସରେ ପୁଣି ଥରେ ଶୁଣିବାକୁ ମିଳିଛି ‘ବନ୍ଦେ ଉତ୍କଳ ଜନନୀ’ ସଙ୍ଗୀତ । କଣ୍ଠଶିଳ୍ପୀ ତୃପ୍ତି ଦାସଙ୍କ କଣ୍ଠରେ ଉକ୍ରଳ ମାଟିର ଏହି ଗୌରବ ଗାଥା ପୁଣିଥରେ ମନଜିଣିଛି ସ୍ରୋତାଙ୍କର । ଗୀତିକାର ତଥା କଣ୍ଠଶିଳ୍ପୀ ରତିକାନ୍ତ ଶତପଥୀ ଦ୍ୱାରା ପ୍ରସ୍ତୁତ ହୋଇଥିବା ଏହି ଗୀତଟି ଏବେ ସୋସିଆଲ୍ ମିଡିଆରେ ଟ୍ରେଣ୍ଡିଂ ହେବାରେ ଲାଗିଛି ।

ଓଡିଶା ମାଟିର ଗୌରବର ଗାଥା, ‘ବନ୍ଦେ ଉତ୍କଳ ଜନନୀ’ । ପୁଣିଥରେ ଏହି ଗୀତ ଶୁଣିବାକୁ ମିଳିଛି କଣ୍ଠଶିଳ୍ପୀ ତୃପ୍ତି ଦାସଙ୍କ ସ୍ୱରରେ । ଲିଜେଣ୍ଡ୍ରୀ ଓଡିଆ କଣ୍ଠଶିଳ୍ପୀଙ୍କ ଚମକ୍ରାର ଗାୟିକି ପୁଣିଥରେ ଦେଖିବାକୁ ମିଳିଛି ଏହି ଗୀତରେ । ଓଡିଶାର ଇତିହାସ, ଓଡିଶାର ଗୌରବ ପୁଣିଥରେ ମନରେ ସଂଚରିତ କରିଛି ଗୀତଟି । ଗୀତଟିକୁ ଉତ୍କଳ ଦିବସ ଅବସରରେ ଭେଟି ଦେଇଛନ୍ତି ଗୀତିକାର ତଥା କଣ୍ଠଶିଳ୍ପୀ ରତିକାନ୍ତ ଶତପଥୀ ।

ରତିକାନ୍ତ ଶତପଥୀଙ୍କ ଦ୍ୱାରା ପ୍ରସ୍ତୁତ ହୋଇଥିବା ‘ବନ୍ଦେ ଉତ୍କଳ ଜନନୀ’ର ଏହି ଭର୍ସନରେ ସଙ୍ଗୀତ ସଜାଇଛନ୍ତି ନିତ୍ୟ ଶ୍ରୀରଂଜନ । ଏହି ଗୀତର ନିର୍ଦ୍ଦେଶନା ସମେତ ଭିଡିଓ ଏଡିଟିଂ କରିଛନ୍ତି ଜ୍ୟୋତି ସଙ୍କର ସିଂ । ସୋସିଆଲ୍ ମିଡିଆରେ ଏହି ଗୀତଟି ଏବେ ଟ୍ରେଣ୍ଡିଂ ହେଉଥିବା ଦେଖିବାକୁ ମିଳୁଛି ।