କରୋନା ସହ ଲଢେଇ କରୁଛନ୍ତି କଣ୍ଠଶିଳ୍ପୀ ତପୁ ମିଶ୍ର । ଦୀର୍ଘ ଦିନ ଧରି ଭୁବନେଶ୍ୱରର ଘରୋଇ ଡାକ୍ତରଖାନାରେ ଜୀବନ-ମୃତ୍ୟୁ ସହ ସଂଘର୍ଷ କରୁଛନ୍ତି ଓଡିଶାର ପରିଚିତ କଣ୍ଠଶିଳ୍ପୀ

450

କନକ ବ୍ୟୁରୋ: କଣ୍ଠଶିଳ୍ପୀ ତପୁ ମିଶ୍ର ଗୁରୁତର । କରୋନା ସଂକ୍ରମିତ ହୋଇ ଚିକିତ୍ସୀଧୀନ ଥିବା ଓଲିଉଡ କଣ୍ଠଶୀଳ୍ପି ତପୁ ମିଶ୍ର କରୋନା ସହ ଲଢ଼େଇ କରୁଛନ୍ତି । ସେ କରୋନାରେ ଆକ୍ରାନ୍ତ ହେବା ପରେ ହସିପଟାଲରେ ଭର୍ତ୍ତୀ ହୋଇଥିଲେ । କୋଭିଡି ରିପୋର୍ଟ ନେଗେଟିଭ ରହିଥିବା ସତ୍ତେ୍ୱ ତାଙ୍କର ଫୁସଫୁସ ଗଭିର ଭାବରେ ସଂକ୍ରମିତ ହୋଇଯାଇଛି । ଗତକାଲି ତାଙ୍କୁ ଅକ୍ସିଜେନ ଲେବଲ ୪୬ ପ୍ରତିଶତ ଥିବା ବେଳେ ଆଜି ଅକ୍ସିଜେନ ଲେବଲ ୭୫ ପ୍ରତିଶତ ରହିଛି ।

ବର୍ତ୍ତମାନ ସେ ୧୦୦ ପ୍ରତିଶତ ଭେଣ୍ଟଲେଟର ସପୋର୍ଟରେ ଅଛନ୍ତି । ସେ ଏକ ଘରୋଇ ହ୍ସପିଟାଲରେ ଚିକ୍ିସାଧୀନ ଅଛନ୍ତି । ବ୍ର୍ତ୍ତମାନ ତାଙ୍କର ଅଧିକ ଏବଂ ଉନ୍ନତ ଚିକ୍ିତ୍ସା ଯୋଗାଇବା ପାଇଁ ପରିବାର ବର୍ଗ ଅନୁରୋଧ କରୁଛନ୍ତି । ତା ସହିତ ଆର୍ଥୀକ ସହାୟତା ପାଇଁ ମଧ୍ୟ ରାଜ୍ୟସରକାରଙ୍କୁ ଅନୁରୋଧ କରୁଛନ୍ତି । ତପୁମିଶ୍ର ଜଣେ ଓଡିଶାର ସୁନାମଧନ୍ୟ କଣ୍ଠଶିଳ୍ପୀ । ସବୁମହଲରେ ତପୁଙ୍କର ଶୀଘ୍ର ଆରୋଗ୍ୟ ପାଇଁ ପ୍ରାର୍ଥନା କରାଯାଉଛି ।