କନକ ବ୍ୟୁରୋ : ଓଲିଉଡ ପରେ ବଲିଉଡ । ଓଲିଉଡ଼ରେ ଗୀତ ଗାଇ ଓଡ଼ିଆ ଦର୍ଶକଙ୍କ ମନ ଜିଣିବା ପରେ ଏବେ ସାରା ଦେଶର ମନକୁ କିଣିବା ପାଇଁ ଯାତ୍ରା ଆରମ୍ଭ କରିଛନ୍ତି ଶଶାଙ୍କ ଶେଖର। ‘ତୁ କହିବୁ ନା ମୁଁ’ ଚଳଚ୍ଚିତ୍ର ପାଇଁ ଶ୍ରେଷ୍ଠ ଗାୟକ ଭାବେ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ପାଇବା ପରେ ସେ ନିଜ ଭାଗ୍ୟ ପରୀକ୍ଷା ପାଇଁ ସ୍ୱପ୍ନର ସହର ମୁମ୍ବାଇରେ ଯାଇ ପହଞ୍ଚିଛନ୍ତି। ଏହା ସହ କଲର୍ସ ଚ୍ୟାନେଲରେ ପ୍ରସାରିତ ହେଉଥିବା ‘ରାଇଜିଙ୍ଗ୍ ଷ୍ଟାର-୨’ରେ ଭାଗ ନେଇ ଟପ୍-୧୬ରେ ସାମିଲ ହୋଇ ସାରିଛନ୍ତି ।

Advertisment

publive-imageଅନେକ ସଂଘର୍ଷ ପରେ କଲର୍ସ ଚାନେଲର ମ୍ୟୁଜିକାଲ୍ ଟାଲେଣ୍ଟ ସୋ’ ରାଇଜିଙ୍ଗ୍ ଷ୍ଟାର୍ ଭଳି ଜାତୀୟ ପ୍ଲାଟଫର୍ମରେ ଟପ୍-୧୬ରେ ସ୍ଥାନ ପାଇଛନ୍ତି ଶଶାଙ୍କ । ସବୁ ରିୟାଲିଟି ସୋ ରେ ଏକ ବୟସ ସୀମା ରହିଥାଏ । ନିଜ ଶେଷ ବୟସ ସୀମାକୁ ଆଖିରେ ରଖି ସେ ଏହି ସୋ ରେ ନିଜକୁ ସାମିଲ କରିଛନ୍ତି । ତାଙ୍କ ସୁମଧୁର କଣ୍ଠରେ ଓଡିଶାକୁ ସେଠାରେ ପରିବେଷଣ କରିବାରେ ସକ୍ଷମ ହୋଇପାରିଛନ୍ତି ଶଶାଙ୍କ । ଏତେ ବଡ ବଡ ନାମୀଦାମୀ ବ୍ୟକ୍ତିତ୍ୱଙ୍କ ଆଗରେ ଗୀତ ଗାଇବା ସହ ନିଜର ଏକ ପରିଚୟ ସୃଷ୍ଟି କରିପାରିଛନ୍ତି ଶଶାଙ୍କ । ତେବେ ଏହା ଆଗକୁ ଯିବା ପାଇଁ ଓଡ଼ିଶାବାସୀଙ୍କ ଆର୍ଶୀବାଦ ଓ ଭଲପାଇବା ଆବଶ୍ୟକ ବୋଲି ସେ କହିଛନ୍ତି ।