କନକ ବ୍ୟୁରୋ: ଶେଷ ନିଦ୍ରାରେ ଶାନ୍ତିଲତା । ଓଡିଆ କଣ୍ଠଶିଳ୍ପୀ ଶାନ୍ତିଲତା ବାରିକଙ୍କ ଦେହାନ୍ତ ଘଟିଛି । ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ତାଙ୍କର ପରଲୋକ ଘଟିଛି, ତେବେ ଦୀର୍ଘ ଦିନ ଧରି ଅସୁସ୍ଥତା କାରଣରୁ ସେ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ । ହେଲେ ଶେଷରେ ତାଙ୍କର ପରଲୋକ ଘଟିଛି । ଏନେଇ ତାଙ୍କ ସ୍ୱାମୀ ବସନ୍ତ ଛୋଟରାୟ ସୂଚନା ଦେଇଛନ୍ତି । ଓଡିଆ ସଙ୍ଗୀତ ଜଗତରେ ବେଶ ଲୋକପ୍ରିୟ ଥିଲେ ଶାନ୍ତିଲତା । ତାଙ୍କର ଅନେକ ଭଜନ ଲୋକଙ୍କ ହୃଦୟକୁ ଛୁଇଁଥିଲା । ହେଲେ ଦୀର୍ଘ ଦିନ ହେଲା ସେ ଗଳା କର୍କଟରେ ଆକ୍ରାନ୍ତ ହେଇ ଚିକିତ୍ସିତ ହେଉଥିଲେ । ହେଲେ ସୋମବାର ତାଙ୍କର ଦେହାନ୍ତ ଘଟିଛି ।
#ଶେଷ_ନିଦ୍ରାରେ_ଶାନ୍ତିଲତା
କଣ୍ଠଶିଳ୍ପୀ ଶାନ୍ତିଲତା ବାରିକଙ୍କ ଦେହାନ୍ତ
ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଦେହାନ୍ତ
ଅସୁସ୍ଥତା କାରଣରୁ ଦୀର୍ଘଦିନ ଧରି ହେଉଥିଲେ ଚିକିତ୍ସିତ #SantilataBarik#Odisha#KanakNewspic.twitter.com/xYydV85RjW— Kanak News (@kanak_news) April 1, 2024
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/05/31/2025-05-31t055911608z-1001121283.png)
/kanak/media/post_attachments/wp-content/uploads/2024/04/37.jpg)