ଆଉ ନାହାନ୍ତି ସଙ୍ଗୀତଜ୍ଞ ପ୍ରଫୁଲ୍ଲ କର: ୮୩ ବର୍ଷ ବୟସରେ ଆଖି ବୁଜିଲେ ପ୍ରଖ୍ୟାତ କଣ୍ଠଶିଳ୍ପୀ

452

କନକ ବ୍ୟୁରୋ: ବିଶିଷ୍ଟ ସଙ୍ଗୀତଜ୍ଞ ପ୍ରଫୁଲ୍ଲ କରଙ୍କ ପରଲୋକ । ୮୩ ବର୍ଷ ବୟସରେ ଆଖି ବୁଜିଲେ ପ୍ରଖ୍ୟାତ କଣ୍ଠଶିଳ୍ପୀ ପ୍ରଫୁଲ୍ଲ କର । ଆସନ୍ତାକାଲି ପୁରୀ ସ୍ୱର୍ଗଦ୍ୱାରରେ ହେବ ଶେଷକୃତ୍ୟ । ଭୁବନେଶ୍ୱର ବାସଭବନରେ ଅଛି ପ୍ରଫୁଲ୍ଲ କରଙ୍କ ପାର୍ଥିବ ଶରୀର । ୧୬ ଫେବୃଆରୀ ୧୯୩୯ରେ ପ୍ରଫୁଲ୍ଲ କର ପୁରୀରେ ଜନ୍ମ ଗ୍ରହଣ କରିଥିଲେ । ୭୦ଟି ଓଡିଆ ୪ଟି ବେଙ୍ଗଲୀ ଫିଲ୍ମ ପାଇଁ କରିଥିଲେ କଣ୍ଠଦାନ । ବିଭିନ୍ନ ସମ୍ମାନରେ ମଧ୍ୟ ସମ୍ମାନ୍ଥଚ୍ଛ ହୋଇଛନ୍ତି ପ୍ରଫୁଲ୍ଲ କର ।