ମରି ବି ଅମର ଅର୍ଜୁନ ! ପରଲୋକରେ ଓଡିଆ କଣ୍ଠଶିଳ୍ପୀ କୈବଲ୍ୟ କଣ୍ଠ ଅର୍ଜୁନ ଚରଣ ସାମଲ ।

Advertisment
ମରି ବି ଅମର ଅର୍ଜୁନ ! ପରଲୋକରେ ଓଡିଆ କଣ୍ଠଶିଳ୍ପୀ କୈବଲ୍ୟ କଣ୍ଠ ଅର୍ଜୁନ ଚରଣ ସାମଲ ।

image courtesy - youtube.com

ଜଣାଶୁଣା ଗାୟକ ତଥା ଓଡ଼ିଶା ପ୍ରଶାସନିକ ସେବାରୁ ଅବସରପ୍ରାପ୍ତ ଅଧିକାରୀ ଅର୍ଜୁନ ଚରଣ ସାମଲଙ୍କର ଶନିବାର ପରଲୋକ ହୋଇ ଯାଇଛି । ଚାରି ଦିନ ତଳେ ସେ ଅସୁସ୍ଥ ହୋଇପଡ଼ିବାରୁ ତାଙ୍କୁ ଭୁବନେଶ୍ୱରସ୍ଥିତ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଆଜି ରାତି ପ୍ରାୟ ୮ଟା ୩୦ରେ ୭୭ ବର୍ଷ ବୟସରେ ତାଙ୍କର ପରଲୋକ ହୋଇ ଯାଇଛି। ବର୍ଷ ୧୯୭୮ରେ ଲୋକପ୍ରିୟ ଓଡ଼ିଆ ଚଳଚ୍ଚିତ୍ର ‘ସୁନା ସଂସାର’ର ‘ମିଛ ମାୟା ଭରା ଏ ସାରା ଦୁନିଆ କେହି ନୁହେଁ ଆପଣାର’ ଗୀତ ଗାଇ ସେ ଓଡ଼ିଆ ଜନମାନସରେ ପରିଚୟ ହାସଲ କରିଥିଲେ। ଅର୍ଜୁନ ଚରଣ ‘ସୁନା ସଂସାର’ ଚଳଚ୍ଚିତ୍ରର ସଂଗୀତ ନିର୍ଦ୍ଦେଶକ ମଧ୍ୟ ଥିଲେ।

ଅର୍ଜୁନ ଚରଣ ଅନେକ ଗୁଡ଼ିଏ ଭଜନ, ଛାନ୍ଦ ଓ ଜଣାଣ ଗାଇଥିଲେ। ଆକାଶବାଣୀ ଓ ଦୂରଦର୍ଶନରେ ପ୍ରସାରିତ ଅର୍ଜୁନ ଚରଣଙ୍କ ବହୁ ଗୀତ ଓଡ଼ିଆ ଶ୍ରୋତାଙ୍କ ମନ ଜିଣିଛି। ବିଶେଷ କରି ସେ ଆକାଶବାଣୀରେ ଗାଇ ଥିବା ‘ଯଶୋମତୀ ଜନନୀ ଗୋ ମାର ନାହିଁ ଆଉ’ ଗୀତଟି ବେଶ ଲୋକପ୍ରିୟ ଥିଲା । ରାଜ୍ୟ ସରକାରଙ୍କ ବହୁ ଗୁରୁତ୍ୱପୂର୍ଣ୍ଣ ପଦ-ପଦବୀରେ କାର୍ଯ୍ୟ କରିବା ସହିତ ଓଡ଼ିଶା ସଙ୍ଗୀତ ନାଟକ ଏକାଡେମିରେ ସଚିବ ପଦରେ ଅବସ୍ଥାପିତ ହୋଇଥିଲେ। ତାଙ୍କ ବିୟୋଗରେ ଓଡ଼ିଆ ସଂଗୀତ ଦୁନିଆରେ ଶୋକର ଛାୟା ଖେଳି ଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe