କନକ ବ୍ୟୁରୋ: ଜୀ-ସାର୍ଥକର ‘ସୁନା ଝିଅ’ ଏବେ ଓଡ଼ିଶାର ଅଗଣିତ ଦର୍ଶକଙ୍କ ସୁନା ଝିଅ ହୋଇଛି । ଆମେ କହୁଛୁ ଜୀ-ସାର୍ଥକ ର ପାରିବାରିକ ମେଗା ଧାରାବାହିକ ‘ସୁନା ଝିଅ’ କଥା ଯାହା ଏବେ ଜୀ-ସାର୍ଥକ ଚାନେଲ୍ ରେ ସୋମ ରୁ ଶନି ସନ୍ଧ୍ୟା ୭ଟା ୩୦ରେ ପ୍ରସାରିତ ହୋଇ ଟେଲି ଦୁନିଆରେ ଧମାଲ କରୁଛି । ସଫଳତାର ସହ ୨୪୩ ତମ ଏପିସୋଡ ରେ ପହଞ୍ଚିଛି ଏହି ମେଗା ଧାରାବାହିକ । ଓଡିଆ ମନୋରଂଜନ କ୍ଷେତ୍ରରେ ସବୁବେଳେ ଆଗୁଆ ଜୀ-ସାର୍ଥକ ର ‘ସୁନା ଝିଅ’କୁ ସବୁବେଳେ ନମ୍ବର ୱାନ୍ କରୁଥିବାରୁ ଓଡ଼ିଶା ତଥା ରାଜ୍ୟ ବାହାରରର ସମସ୍ତ ଦର୍ଶକଙ୍କୁ ଧନ୍ୟବାଦ ଜଣାଇଛନ୍ତି ଚାନେଲ୍ ମୁଖ୍ୟ ପ୍ରତୀକ ସିଲ୍ ।

Advertisment

‘ସୁନା ଝିଅ’ ହେଉଛି ଆମ ଓଡିଆ ଘରର ଏକ ନିଚ୍ଛକ କାହାଣୀ । ସୁନା ଝିଅ ହେଉଛି ପ୍ରିୟା, ଜଣେ ସ୍ୱାଧୀନ ଝିଅର କାହାଣୀ, ଯାହାର ଇଚ୍ଛା ଜଣେ ବିଡିଓ ହୋଇ ନିଜ ମା’କୁ ଗର୍ବିତ କରିବ । ମା’ର ସୁରକ୍ଷା ଓ ସମ୍ମାନ ପାଇଁ କିଭଳି ଝିଅ ନିଜକୁ ପ୍ରସ୍ତୁତ କରିଛି ତାହା ଏହି ମେଗା ଧାରାବାହିକରେ ଦେଖିବାକୁ ମିଳିଛି । ମଧ୍ୟବିତ୍ତ ପରିବାରରେ ଜନ୍ମ ହୋଇ କଠିନ ପରିଶ୍ରମ ବଳରେ ଝିଅଟିଏ ନିଜ ସ୍ୱପ୍ନ ପୂରଣ କରିବା ସହ ଗୃହିଣୀ ମାଆ ପାଇଁ ଓ ସମାଜ ପାଇଁ ସୁନାଝିଅ ହେବା ଛୋଟିଆ କଥା ନୁହେଁ । ଯାହା କରିବାକୁ ଚେଷ୍ଟା କରିଛି ଝିଅଟିଏ । ପ୍ରକୃତରେ ଝିଅଟି ‘ସୁନା ଝିଅ’ ହୋଇପାରୁଛି କି ନାହିଁ ଓ ନିଜର ସ୍ୱପ୍ନ ସବୁ ପୂରଣ କରିପାରୁଛି କି ନାହିଁ ତାହା ଏଥିରେ ଦେଖିବାକୁ ମିଳିଛି ।

ତେବେ କାହାଣୀ ଏତିକିରେ ସାରିଯାଇନି । କାହାଣୀରେ ରହିଛି ପ୍ରେମ, ବନ୍ଧୁତା ଓ ବଳିଦାନ । ତେବେ କାହାର ପ୍ରେମ, କାହାର ବନ୍ଧୁତା ଓ କାହାର ବଳିଦାନ ଦେଖିବା ଏହି ସୁପରହିଟ ପାରିବାରିକ ଓ ଓଡ଼ିଶାର ନମ୍ବର ୱାନ୍ ମେଗା ଧାରାବାହିକରେ । ଧାରାବାହିକ ରେ ପ୍ରମୁଖ ଭୂମିକାରେ ଅଛନ୍ତି ଚନ୍ଦନ,ଅର୍ପିତା,ଏଲି,ମାନସ,ଅଙ୍କିତା,ପ୍ରେମ,ଅମର,ଅନନ୍ଦିତା,ମାମାଲି। ସଂଳାପ ରଚନା କରିଛନ୍ତି ଶ୍ରୀହର୍ଷ କର,ନିର୍ଦ୍ଦେଶନା ଦେଉଛନ୍ତି ଗୈ।ରୀଶଙ୍କର ଦାସ ଓ ପ୍ରଯୋଜନା ଦାୟିତ୍ୱରେ ଅଛନ୍ତି ରୋହିତ ଗାନ୍ଧୀ।