କନକ ବ୍ୟୁରୋ : ଓଡ଼ିଆ ଟେଲି ଅଭିନେତ୍ରୀ ରଶ୍ମିରେଖା ଓଝାଙ୍କ ଆତ୍ମହତ୍ୟା । ଭୁବନେଶ୍ୱର ନୟାପଲ୍ଲୀ ଗଡ଼ସାହିରେ ରହୁଥିବା ଭଡ଼ା ଘରେ ସେ ଆତ୍ମହତ୍ୟା କରିଥିବା ଜଣାପଡ଼ିଛି । ପୋଲିସ ମୃତଦେହ ନିକଟରେ ଥିବା ଟେବୁଲ୍ ଉପରୁ ସୁଇସାଇଡ୍ ନୋଟ୍ ଜବତ କରିଛି ।

Advertisment

ସୁଇସାଇଡ୍ ନୋଟ୍‌ରେ ରଶ୍ମି ତାଙ୍କ ମୃତ୍ୟୁ ପାଇଁ କାହାରିକୁ ଦାୟୀ କରିନାହାନ୍ତି । ମାତ୍ର ତାଙ୍କ ବାବା କି ପରିବାର ଲୋକେ ଯଦି କାହାରିକୁ ଦାୟୀ କରନ୍ତି, ତେବେ ସେ କାହାରିକୁ ବି ଛାଡ଼ିବେ ନାହିଁ ବୋଲି ସ୍ପଷ୍ଟ ଲେଖିଛନ୍ତି । ତେଣୁ ସୁଇସାଇଡ୍ ନୋଟ୍‌ରୁ ହିଁ ସ୍ପଷ୍ଟ ଜଣାପଡ଼ୁଛି ଯେ ରଶ୍ମିଙ୍କ ଆତ୍ମହତ୍ୟା କରିବା ସ୍ୱାଭାବିକ ପ୍ରକ୍ରିୟା ନୁହେଁ । କୌଣସି ଅଘଟଣ ବା ମାନସିକ ଚାପକୁ ନେଇ ସେ ଏହି ନିଷ୍ପତ୍ତି ନେଇଛନ୍ତି । ଆଉ ଏ ବାବଦରେ ପରିବାର ଲୋକେ ଜାଣିଥିବାରୁ ଘଟଣା ସାମ୍ନାକୁ ନ ଆସିବା ପାଇଁ ଏଭଳି ସୁଇସାଇଡ୍ ନୋଟ୍ ଲେଖିଛନ୍ତି ।

ଅପରପଟେ ରଶ୍ମିଙ୍କ ବାପା ରଂଜନ ଓଝା ମଧ୍ୟ ଝିଅର ଆତ୍ମହତ୍ୟାକୁ ନେଇ କାହାକୁ ଅଭିଯୁକ୍ତ କରିନାହାନ୍ତି । ତେଣୁ ପୁଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି । ସେହିଭଳି ବିଳମ୍ବିତ ରାତିରେ ଘଟଣା ପୁଲିସ ଜାଣିବା ପରେ ରଶ୍ମିଙ୍କ ଶବକୁ ରାତି ତମାମ୍ ତାଙ୍କ ଘରେ ରଖାଯାଇଥିଲା । ସକାଳୁ ଶବ ବ୍ୟବଚ୍ଛେଦ ପାଇଁ କ୍ୟାପିଟାଲ ହସ୍ପିଟାଲ୍ ପଠାଇଥିଲା । ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ସେହି ଅନୁସାରେ ତଦନ୍ତ ଆଗକୁ ବଢ଼ାଇବ ବୋଲି ପୁଲିସ ସୂଚନା ଦେଇଛି ।

- ସୁଇସାଇଡ୍ ନୋଟରେ ଜଣାପଡ଼ୁଛି ରଶ୍ମିଙ୍କ ଆତ୍ମହତ୍ୟା ସ୍ୱାଭାବିକ ପ୍ରକ୍ରିୟା ନୁହେଁ
- କୌଣସି ଅଘଟଣ ବା ମାନସିକ ଚାପ ନେଇ ଏପରି ନିଷ୍ପତ୍ତି ନେଇନାହାନ୍ତି ତ?
- ପ୍ରେମ ବ୍ୟାପାରକୁ ନେଇ ଆତ୍ମହତ୍ୟା କରିଛନ୍ତି କି ରଶ୍ମିରେଖା?
- ଜଗତସିଂହପୁର ତିର୍ତୋଲ ଥାନା ସଙ୍କେତପାଟଣାରେ ରଶ୍ମିରେଖାଙ୍କ ଘର
- ଯୁକ୍ତ ଦୁଇ ପରେ ଅଭିନୟ କରିବା ପାଇଁ ଭୁବନେଶ୍ୱର ଆସିଥିଲେ
- ନିକଟରେ ‘କେମିତି କହିବି କହ’ ସିରିଏଲ୍ରେ ଅଭିନୟ କରିଥିଲେ
- ଖୁବ୍ କମ୍ ସମୟରେ ବେଶ୍ ଲୋକପ୍ରିୟତା ହାସଲ କରିଥିଲେ ରଶ୍ମିରେଖା