କନକ ବ୍ୟୁରୋ : ସଫଳତାର ସହ ଚନ୍ଦ୍ରପୃଷ୍ଠରେ ଅବତରଣ କରିଛି ଚନ୍ଦ୍ରଯାନ-୩ । ଚନ୍ଦ୍ରଯାନ-୩ର ସଫଳତା ପଛରେ କେନ୍ଦ୍ରାପଡ଼ାର ଯୁବକଙ୍କ ହାତ ରହିଛି । କେନ୍ଦ୍ରାପଡ଼ା ଚନ୍ଦନନଗର ବାଲିଆ ଗାଁର ଯୁବ ବୈଜ୍ଞାନିକ ସୁଶୀଲ କୁମାର ନାୟକ ହିଁ ଚନ୍ଦ୍ରଯାନ-୩ ପ୍ରକଳ୍ପର ମୁଖ୍ୟ ସୂତ୍ରଧର ଥିଲେ । ସେ ୧୦ ଜଣିଆ ବୈଜ୍ଞାନିକ ଟିମର ନେତୃତ୍ୱ ନେଇଥିଲେ ।
ଚନ୍ଦ୍ରଯାନ-୩ ପାଇଁ ଯେଉଁ ପ୍ରକଳ୍ପ ପ୍ରସ୍ତୁତି ହୋଇଥିଲା ତାର ରୂପରେଖ ସୁଶୀଲଙ୍କ ନେତୃତ୍ୱରେ ଏକ ଟିମ୍ କରିଥିଲା । ଏଥିପାଇଁ ୧୧ ମାସ ଆଗରୁ ପ୍ରସ୍ତୁତି ଆରମ୍ଭ ହୋଇଥିଲା । ଏହି ଟିମର କାମ ଥିଲା ଚନ୍ଦ୍ରଯାନ ଉତକ୍ଷେପଣ ହେବା ପରଠାରୁ ଚନ୍ଦ୍ରପୃଷ୍ଠରେ ପହଂଚିବା ଯାଏଁ କିପରି ବାର୍ତା ପ୍ରେରଣ କରିବ । ସେନ୍ସରର କ୍ରିୟାଶୀଳତା, ଗୋଟିଏ ଅକାମୀ ହେଲେ ଅନ୍ୟଟି କିପରି କାମ କରିବ, ଚନ୍ଦ୍ରପୃଷ୍ଠରେ ଫଟୋ ଉତୋଳନ ଆଦି କିପରି ହେବ ତାହା ପୂର୍ବରୁ ପ୍ରସ୍ତୁତ ହୋଇଥିଲା । ଏହାର ନେତୃତ୍ୱ ନେଇଥିଲେ ସୁଶୀଲ କୁମାର ନାୟକ । ୨୦୦୯ରୁ ଇସ୍ରୋରେ କାର୍ଯ୍ୟ କରୁଛନ୍ତି ସୁଶୀଲ ।
ଚନ୍ଦ୍ରଯାନ-୩ର ସଫଳ ଅବତରଣ ପରେ ସୁଶୀଲଙ୍କ ଘରେ ଉତ୍ସାହ ଦେଖିବାକୁ ମିଳିଛି । ଘର ଲୋକେ ମିଠା ବାଂଟି ସେଲିବ୍ରେସନ୍ କରିଛନ୍ତି । ସେହିଭଳି ଚନ୍ଦ୍ରଯାନ-୩ ସଫଳତା ପରେ ସୁଶୀଲଙ୍କ ଗାଁରେ ମଧ୍ୟ ଖୁସିର ମାହୋଲ ଖେଳିଯାଇଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2023/08/19-12.jpg)