କନକ ବ୍ୟୁରୋ : ଆନ୍ଧ୍ର-ଓଡିଶା ସୀମାନ୍ତରେ ବିଦ୍ୟାଳୟ ଗୁଡିକ ଦୀର୍ଘ ବର୍ଷ ହେଲାଣି ବନ୍ଦ ରହିଛି । ବିଦ୍ୟାଳୟ ବନ୍ଦ ରହିବା କାରଣରୁ ଭାଙ୍ଗିରୁଜି ଯାଇ ଭୂତ କୋଠି ପଲଟିଗଲାଣି । କାରଣ ଛାତ୍ରଛାତ୍ରୀଙ୍କ ସଂଖ୍ୟା କମ ରହିଛି କହି ଏହି ବିଦ୍ୟାଳୟ ଗୁଡ଼ିକୁ ବନ୍ଦ କରିଦିଆଯାଇଛି । ବର୍ତମାନ ସେଇ ଅଚଂଳରେ ପିଲାଙ୍କ ସଂଖ୍ୟା ବୃଦ୍ଧି ପାଇଥିଲେ ସୁଦ୍ଧା ବିଦ୍ୟାଳୟ ଖୋଲାଯାଉନାହିଁ । ବର୍ତମାନ ଆନ୍ଧ୍ର-ଓଡିଶା ସୀମାନ୍ତ ଗାଁରେ ଥିବା ଛାତ୍ରଛାତ୍ରୀ କୌଣସି ଉପାୟ ନପାଇ ପଡୋଶୀ ଆନ୍ଧ୍ରକୁ ଯାଇ ସେଠାରେ ତେଲୁଗୁ ଭାଷା ଶିକ୍ଷା ଲାଭ କରୁଛନ୍ତି । ବର୍ତମାନ ସୀମାନ୍ତରେ ଥିବା ଛାତ୍ରଛାତ୍ରୀ ଏବେ ଓଡିଆ ପାଶୋରି ଗଲେଣି । ଯଥାଶିଘ୍ର ବନ୍ଦଥିବା ବିଦ୍ୟାଳୟକୁ ଖୋଲିବା ପାଇଁ ଜିଲ୍ଲା ପ୍ରଶାସନ ଠାରୁ ଆରମ୍ଭ କରି ନେତା, ମନ୍ତ୍ରୀ ଓ ବିଭାଗୀୟ ଅଧିକାରୀଙ୍କୁ ଗୁହାରି କଲେ ମଧ୍ୟ କେହି ଶୁଣୁନଥିବା ଅଭିଭାବକ ମାନେ ଅଭିଯୋଗ କରିଛନ୍ତି ।

Advertisment

ଆନ୍ଧ୍ର-ଓଡିଶା ସୀମାନ୍ତରେ ଥିବା ଓଡିଶାର ୧୧ଟି ବିଦ୍ୟାଳୟ ଦୀର୍ଘ ବର୍ଷ ହେଲାଣି ବନ୍ଦ ହୋଇ ପଡିରହିଛି । ସେହିପରି ଜିଲ୍ଲାରେ ସମୁଦାୟ ୩୮୮ଟି ବିଦ୍ୟାଳୟ ବନ୍ଦ ରହିଛି । ଏନେଇ ଜିଲ୍ଲା ଶିକ୍ଷାଧିକାରୀ ପୂର୍ଣ୍ଣ ଚନ୍ଦ୍ର ବରିହା କହିଛନ୍ତି ଯେ ଜିଲ୍ଲାପାଳଙ୍କୁ ରିପୋର୍ଟ ଦିଆଯାଇଛି ଯଥାଶିଘ୍ର ପଦକ୍ଷେପ ଗ୍ରହଣ କରାଯିବ ।

ତେବେ ଏନେଇ ପଦକ୍ଷେପ ଗ୍ରହଣ କରାନଗଲେ ଆଗାମୀ ଦିନରେ ଆହୁରି ଅନେକ ବିଦ୍ୟାଳୟ ବନ୍ଦ ହୋଇଯିବା ଆଶଙ୍କା ରହିଛି ।