ବାହାରିନରେ ବାହୁଡ଼ା ଯାତ୍ରା । ବିଦେଶରେ ଶୁଭିଲା ହୁଳହୁଳି , ବାଜିଲା ଘଣ୍ଟ

76

କନକ ବ୍ୟୁରୋ : ୨ ବର୍ଷ ପରେ ଜଗନ୍ନାଥଙ୍କ ପବିତ୍ର ବାହୁଡ଼ା ଯାତ୍ରା ଆରବଦେଶର ଦି କିଙ୍ଗଡ଼ମ ଅଫ ବାହାରିନ ଠାରେ ବହୁ ଆଡ଼ମ୍ବରରେ ଅନୁଷ୍ଠିତ ହୋଇଛି । ବାହାରିନ ଠାରେ ଥିବା ବାହାରିନ ଓଡ଼ିଆ ସମାଜ ଓ ବାହାରିନ ଇସ୍କନ ମନ୍ଦିର ପକ୍ଷରୁ ମିଳିତ ସହଯୋଗରେ ପାଳିତ ହୋଇଛି ବାହୁଡ଼ା ଯାତ୍ରା ।

କୋଭିଡ଼ ନିୟମ ମାନି ବହୁ ଉତ୍ସାହର ସହ ଚଳିତ ବର୍ଷ ପ୍ରାୟ ୨୫ ଶହ ଭକ୍ତ ମନ୍ଦିର ପରିଦର୍ଶନ କରିଛନ୍ତି । ପୁରୀ ମନ୍ଦିରର ସମୟ ଓ ନୀତିକାନ୍ତିକୁ ଅନୁସରଣ କରି ଖୁବ ଧୁମଧାମରେ ବାହୁଡ଼ା ଯାତ୍ରା ହୋଇଛି । ବାହାରିନ ଓଡ଼ିଆ ସମାଜର ପ୍ରତିଷ୍ଠାତା ଅଧ୍ୟକ୍ଷ ଡ଼କ୍ଟର ଅରୁନ କୁମାର ପ୍ରହରାଜ ତାଙ୍କ ସହଯୋଗୀଙ୍କ ସହ ଏହାକୁ ପରିଚାଳନା କରିଛନ୍ତି ।