କରୋନା ଔଷଧ ଗବେଷଣା ଟିମରେ ଓଡିଆ ପୁଅ: ଜାପାନ ପ୍ରସ୍ତୁତ ଔଷଧର ହେବ ତୃତୀୟ ପରୀକ୍ଷଣ; ନେତୃତ୍ୱ ନେଉଛନ୍ତି ରାୟଗଡାର ଗବେଷକ ଆଦିତ୍ୟ ପାଢୀ

1,232

କନକ ବ୍ୟୁରୋ: କରୋନା ଔଷଧ ଗବେଷଣା ଟିମରେ ଓଡିଆ ପୁଅ । ଜାପାନର ରିକେନ କମ୍ପାନୀ ପ୍ରସୁତ ୟରମକ୍ଟଫିନୋଭିର ଔଷଧ କରୋନା ମୁକାବିଲାରେ ସହାୟକ ହେଉଥିବାରୁ ଭାରତରେ ଏହାର ପରୀକ୍ଷଣ ପାଇଁ ଅନୁମତି ମିଳିଛି । ଏହାର ତୃତୀୟ ପର୍ଯ୍ୟାୟ ପରୀକ୍ଷଣ ପାଇଁ ମିଳିଛି ଅନୁମତି । ଆଉ ଏହାର ନେତୃତ୍ୱ ଜାପାନ କମ୍ପାନୀ ପକ୍ଷରୁ ନେଉଛନ୍ତି ରାୟଗଡାର ଗବେଷକ ଡକ୍ଟର ଆଦିତ୍ୟ ପାଢୀ । ଦୁଇ ପର୍ଯ୍ୟାୟ ପରୀକ୍ଷଣ ସଫଳ ହେବା ପରେ ତୃତୀୟ ତଥା ଚୂଡାନ୍ତ ପରୀକ୍ଷା ଲକ୍ଷୌର ରାମ ମନୋହର ଲୋହିଆ ଇନିଷ୍ଟିଚ୍ୟୁଟ ଅଫ ମେଡିକାଲ ସାଇନସ ଓ କିଙ୍ଗ ଜର୍ଜସ ମେଡିକାଲ ବିଶ୍ୱବିଦ୍ୟାଳୟରେ ହେବାକୁ ଯାଉଛି ।

ଏହି ପରୀକ୍ଷଣ ସଫଳ ହେଲେ ତୁରନ୍ତ ଔଷଧ ପ୍ରସ୍ତୁତ ସହ ବିକ୍ରିପାଇଁ ସିଏସ୍ଆଇଆର ଓ ସିଡିଆରଆଇ ଗୋଆର ମେଡିଜେଷ୍ଟ ଫାର୍ମାସିୟୁଟକାଲସକୁ ଅନୁମିତ ପ୍ରଦାନ କରିଛନ୍ତି । ମେଡିଜେଷ୍ଟ କମ୍ପାନୀ ଇତିମଧ୍ୟରେ ଡ୍ରେଗ କଂଟ୍ରୋଲର ଜେନେରାଲ ଅଫ ଇଣ୍ଡିଆଙ୍କ ନିକଟରୁ ପରୀକ୍ଷା ଲାଇସେନ୍ସ ଆଣି ଭାରତ ସରକାରଙ୍କ ସବୁଜ ସଙ୍କେତକୁ ଅ ପେକ୍ଷା କରିଛି । ସଂକ୍ରମିତ ବ୍ୟକ୍ତିଙ୍କ ଦେହରେ ଥିବା ଭୂତାଣୁକୁ ମାରିବା ସହ ରୋଗ ପ୍ରତିଷେଧକ ଶକ୍ତି ବୃଦ୍ଧିରେ ଏହି ଔଷଧ ସହାୟକ ହେଉଥିବାରୁ ଭାରତରେ ଏହାର ବ୍ୟବହାର ପାଇଁ ଆରମ୍ଭ ହୋଇଛି ପରୀକ୍ଷା ।