କନକ ବ୍ୟୁରୋ: ଡିସେମ୍ବର ୨ ରୁ ୯ ମଧ୍ୟରେ ବାହାରିନରେ ଆୟୋଜିତ ହୋଇଥିଲା ୨୩ ତମ ରୋଟାକ୍ସ ମ୍ୟାକ୍ସ ଚ୍ୟାଲେଞ୍ଜ । ଏହି ଗ୍ରାଣ୍ଡ କାର୍ଟିଂ ଫାଇନାଲରେ ଓଡିଶାର ୧୯ ବର୍ଷୀୟ ଆଦିତ୍ୟ ପଟ୍ଟନାୟକ ଭାରତରୁ ପ୍ରତିନିଧିତ୍ୱ କରିଥିଲେ । ବାହାରିନ କାର୍ଟିଂରେ ଭାରତକୁ ପ୍ରତିନିଧିତ୍ୱ କରିବାକୁ ତିନିଜଣ ଜାତୀୟ ଚାମ୍ପିଅନ୍ ମଧ୍ୟରେ ଯୁବ ଭାରତୀୟ ଆଦିତ୍ୟ ପଟ୍ଟନାୟକ ଥିଲେ । ଆଦିତ୍ୟଙ୍କ ସହ ତାଙ୍କ କୋଚ୍ ଶ୍ରୀ ଷ୍ଟିଭ୍ ଥିଲେ । ପ୍ରତିଷ୍ଠାତା ଅଧ୍ୟକ୍ଷ ଡଃ ଅରୁଣ କୁମାର ପ୍ରହରାଜଙ୍କ ବାସଭବନରେ ଆଦିତ୍ୟ ଏବଂ ଷ୍ଟିଭଙ୍କୁ ବାହାରିନ ଓଡିଆ ସମାଜ ଦ୍ୱାରା ସମ୍ମାନିତ କରାଯାଇଛି । ଆଦିତ୍ୟଙ୍କୁ ଭାରତୀୟ ପତାକା ସହିତ ଭାରତର ପ୍ରତିନିଧିତ୍ୱ କରୁଥିବା ଦେଖିବା ଅତ୍ୟନ୍ତ ଗର୍ବର ବିଷୟ ବୋଲି ଡଃ ଅରୁଣ ପ୍ରହରାଜ କହିଛନ୍ତି । ଆଦିତ୍ୟ ବହୁତ ଉଦ୍ୟୋଗୀ ଏବଂ ନିଜ କ୍ୟାରିୟରରେ ବହୁତ ଆଗକୁ ଯିବେ ଏବଂ ଭବିଷ୍ୟତରେ ଭାରତ ପାଇଁ ଅନେକ ପୁରସ୍କାର ଆଣିବ ବୋଲି ସେ କହିଛନ୍ତି ।