କନକ ବ୍ୟୁରୋ: ଓଡିଆ ଖେଳାଳୀ ଏମ ଶ୍ରାକାନ୍ତ ଶେଖର ଙ୍କୁ ଆଫଗାନୀ କୋଚ୍ ଓ ଦର୍ଶକଙ୍କ ଆକ୍ରମଣ । ଦିଲ୍ଲୀ ଶିରିଫୋର୍ଟ କମ୍ପେଳକ୍ସ ରେ ଚାଲିଥିବା ଏମଏଫଏନ - ୯ରେ କରାଯାଇଛି ଆକ୍ରମଣ । ସୂଚନା ଅନୁସାରେ ଶ୍ରୀକାନ୍ତ ରିଂଗ ବାହାରେ ଛିଡା ହୋଇ ରିଗଂରେ ଖେଳିଥିବା ଅନ୍ୟ ଜଣେ ଭାରତୀୟ ଖେଳାଳୀଙ୍କୁ ଉତ୍ସାହିତ କରୁଥିଲେ ଯିଏ ଆଫଗାନ ଖେଳାଳୀ ସହିତ ଖେଳୁଥିଲେ ଏବଂ ସେହି ମ୍ୟାଚ ଆଫଗାନ ଖେଳାଳୀ ଜଣକ ହାରିଯାଇଥିଲେ । ତାପରେ ହୋଇଥିଲା ଶ୍ରୀକାନ୍ତଙ୍କୁ ଆକ୍ରମଣ । ଏମଏଫଏନ - ୮ରେ ଶ୍ରୀକାନ୍ତ ସେହି ଆଫଗାନ ଖେଳାଳୀ ଠାରୁ ହାରିଥିଲେ ଏବଂ ତାଙ୍କୁ ରି-କଲ ଦେଇଥିଲେ ସେଥିପାଇଁ ଆକ୍ରମଣ ହେଇଥିବା କୁହାଯାଉଛି । ଅନ୍ୟପଟେ ଯେଉଁ ଖେଳାଳୀ ଆକ୍ରମଣ କରିଛନ୍ତି ସିଏ ନକଲି ପାସପୋର୍ଟ ନେଇ ଆସିଥିଲେ ସୁଦ୍ଧା ଦିଲ୍ଲୀ ପୋଲିସ ର ହାତ ଖାଲି ।

Advertisment