ହେଲିକପ୍ଟର ଦୁର୍ଘଟଣାରେ ଚାଲିଗଲା ଓଡ଼ିଆ ପାଇଲଟଙ୍କ ଜୀବନ । ରନୱେରେ ଅବତରଣ ବେଳେ ଅଘଟଣ, ମୃତକ ପରିବାରକୁ ସମବେଦନା ଜଣାଇଲେ ଛତିଶଗଡ ମୁଖ୍ୟମନ୍ତ୍ରୀ ।

186

କନକ ବ୍ୟୁରୋ : ଛତିଶଗଡ଼ରେ ହୋଇଥିବା ହେଲିକେପ୍ଟର ଦୁର୍ଘଟଣାରେ ମୃତ ଓଡ଼ିଆ ପାଇଲଟଙ୍କ ଅନ୍ତିମ ସଂସ୍କାର ସମ୍ପନ୍ନ ହୋଇଛି । ରାୟପୁରର ସ୍ୱାମୀ ବିବେକାନନ୍ଦ ବିମାନ ବନ୍ଦରରେ ହୋଇଥିବା ହେଲିକପ୍ଟର ଦୁର୍ଘଟଣାରେ ଦୁଇଜଣ ପାଇଲଟଙ୍କ ମଧ୍ୟରେ ଥିଲେ ଓଡ଼ିଆ ପାଇଲଟ ଗୋପାଳକୃଷ୍ଣ ପଣ୍ଡା । ଶୁକ୍ରବାର ରାତି ୯ଟାରେ ନିୟମିତ ଅଭ୍ୟାସ ଉଡାଣ ପରେ ରନୱେରେ ଅବତତରଣ କଲା ବେଳେ ଦୁର୍ଘଟଣାର ଶିକାର ହୋଇଥିଲା ଅଗଷ୍ଟା ୱେଷ୍ଟଲ୍ୟାଣ୍ଡର ହେଲିକପ୍ଟର ଭିଟି-ସିଏଚଜି । ଯାନ୍ତ୍ରିକ ତ୍ରୁଟି ଯୋଗୁଁ କ୍ରାସ ହୋଇଥିବା ସନ୍ଦେହ କରାଯାଉଛି । ଡିଜିସିଆଇ ଅଧିକାରୀ ବିମାନବନ୍ଦରରେ ପହଂଚି ଦୁର୍ଘଟଣାର କାରଣ ଖୋଜୁଛନ୍ତି ।

ବିବେକାନନ୍ଦ ବିମାନ ବନ୍ଦର, ରାୟପୁର । ତାରିଖ – ୧୨.୦୫.୨୦୨୨ ।ସମୟ – ରାତି ୯ଟା ୧୦ ମିନିଟ୍ । ଛତିଶଗଡର ରାଜଧାନୀ ରାୟପୁରର ସ୍ୱାମୀ ବିବେକାନନ୍ଦ ବିମାନ ବନ୍ଦରରେ ଅବତରଣ କରୁଥିବା ବେଳେ ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇଗଲା । ହେଲିକପ୍ଟରର ଏହି ଭଗ୍ନାବଶେଷ ବୟାନ କରୁଛି, ଦୁର୍ଘଟଣା କେତେ ସାଂଘାତିକ ହୋଇଥିଲା । ଦୁର୍ଘଟଣାରେ ଦୁଇ ପାଇଲଟ ଗୋପାଳ କୃଷ୍ଣ ପଣ୍ଡା ଓ ଏପି ଶ୍ରୀବାସ୍ତବଙ୍କ ମୃତ୍ୟୁ ହୋଇଛି ।

ଦୁର୍ଘଟଣାରେ ପ୍ରାଣ ହରାଇଥିବା ପାଇଲଟ ଗୋପାଳ କୃଷ୍ଣ ପଣ୍ଡାଙ୍କ ଘର ସମ୍ବଲପୁରର ବାହାମ ଗାଁରେ । ଦୁଃଖଦ ଖବର ପାଇବା ପରେ ପରିବାର ଲୋକେ ଶେଷ ଦର୍ଶନ ପାଇଁ ରାୟପୁର ଯାଇଛନ୍ତି । ସେଠାରେ ହିନ୍ଦୁ ରୀତିନୀତରେ ପରିବାର ଲୋକଙ୍କ ଉପସ୍ଥିତିରେ ତାଙ୍କର ଅନ୍ତିମ ସଂସ୍କାର ସଂପନ୍ନ ହୋଇଛି । ଗୋପାଳ କୃଷ୍ଣ ଲୋକ ମେଳାପି ମଣିଷ ଥିଲେ, ତାଙ୍କ ଦେହାନ୍ତ ଖବର ଶୁଣି ସାରା ଗାଁ ଶୋକାକୂଳ ହୋଇପଡିଛି ।

ଶୁକ୍ରବାର ରାତି ୯ଟାରେ ନିୟମିତ ଅଭ୍ୟାସ ଉଡାଣ ପରେ ରନୱେରେ ଅବତରଣ କଲା ବେଳେ ଦୁର୍ଘଟଣାର ଶିକାର ହୋଇଥିଲା ଅଗଷ୍ଟା ୱେଷ୍ଟଲ୍ୟାଣ୍ଡର ହେଲିକପ୍ଟର ଭିଟି-ସିଏଚଜି ହେଲିକପ୍ଟର । ଯାନ୍ତ୍ରିକ ତ୍ରୁଟି ଯୋଗୁଁ ଛତିଶଗଡ ସରକାରଙ୍କ ଅଧୀନରେ ଥିବା ହେଲିକପ୍ଟର କ୍ରାସ ହୋଇଥିବା ସନ୍ଦେହ କରାଯାଉଛି । ସେପଟେ ଡିଜିସିଆଇ ଅଧିକାରୀ ବିମାନବନ୍ଦରରେ ପହଂଚି ଦୁର୍ଘଟଣାର କାରଣ ଖୋଜୁଛନ୍ତି ।

ରାୟପୁରର ଆମ୍ବେଦକର ହସ୍ପିଟାଲରେ ପହଂଚି ଦୁଇ ପାଇଲଟଙ୍କ ଶେଷ ଦର୍ଶନ କରିବା ସହ ମୃତକଙ୍କ ପରିବାରକୁ ସମବେଦନା ଜଣାଇଛନ୍ତି ପୂର୍ବତନ ମୁଖ୍ୟମନ୍ତ୍ରୀ ରମଣ ସିଂ । ଟୁଇଟ୍ କରି ଶୋକ ପ୍ରକାଶ କରିଛନ୍ତି ରାଜ୍ୟପାଳ ସୁଶ୍ରୀ ଅନୁସୂୟା ଓ ମୁଖ୍ୟମନ୍ତ୍ରୀ ଭୁପେଶ ବଘେଲ ।