ଦିଲ୍ଲୀ ଦଙ୍ଗାରେ ହସ୍ତସନ୍ତ ପ୍ରବାସୀ ଓଡ଼ିଆ । ହିଂସାକାଣ୍ଡ ଉଜାଡ଼ିଛି ରୋଜଗାର, ଭୟ ଓ ଆଶଙ୍କାରେ ବିତୁଛି ଜୀବନ

Advertisment
ହିଂସାକାଣ୍ଡ ନେଇ ପ୍ରଚାର ପରେ ପଶ୍ଚିମ ଦିଲ୍ଲୀରେ ଖେଳିଗଲା ଆତଙ୍କ । ବନ୍ଦ ହେଲା ଦୋକାନ ବଜାର, ଘର ମୁହାଁ ହେଲେ ଲୋକେ, ସେପଟେ ହିଂସାକାଣ୍ଡକୁ ଗୁଜବ କହିଲା ଦିଲ୍ଲୀ ପୁଲିସ

କନକ ବ୍ୟୁରୋ : ଦିଲ୍ଲୀ ଦଙ୍ଗାରେ ହସ୍ତସନ୍ତ ପ୍ରବାସୀ ଓଡ଼ିଆ । ପେଟପାଟଣା ପାଇଁ ଦିଲ୍ଲୀ ଯାଇ ରହୁଥିବା ପ୍ରବାସୀ ଓଡ଼ିଆ, ହିଂସାକାଣ୍ଡରେ ବେଶ ପ୍ରଭାବିତ ହୋଇଛନ୍ତି । କାରଖାନା ଗୁଡ଼ିକ ବନ୍ଦ ହୋଇଯାଇଥିବା ବେଳେ ଦୋକାନ ବଜାର ବନ୍ଦ ରହିଛି । ଯେଉଁଥିରେ ପେଶି ହୋଇଯାଇଛନ୍ତି ଦିଲ୍ଲୀରେ ରହୁଥିବା ଓଡ଼ିଆ ।

ଏନେଇ ସେମାନେ ଉଭୟ ଦିଲ୍ଲୀ ଓ ଓଡ଼ିଶା ସରକାରଙ୍କୁ ସହଯୋଗ ହାତ ବଢ଼ାଇବାକୁ ନିବେଦନ କରିଛନ୍ତି । ତେବେ ଅନେକ ଦିନ ହେଲାଣି ଦିଲ୍ଲୀରେ ଅଶାନ୍ତି ଲାଗି ରହିଛି । ଘନଘନ ବୋମାମାଡ ହେବା ସହ ଧନଜୀବନ କ୍ଷତିଗ୍ରସ୍ତ ହେଉଥିବା ଚିତ୍ର ବି ଦେଖିବାକୁ ମିଳିଛି । ଏପରି ସ୍ଥିତିରେ ସାଧାରଣ ଲୋକଙ୍କ ନିକଟରେ ବାହାରକୁ ବାହାରିବା ବି କଷ୍ଟ ହୋଇଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe