କନକ ବ୍ୟୁରୋ: ଖୁବ୍ ଶୀଘ୍ର ଗୁଗୁଲରେ ସାମିଲ ହେବ ଓଡିଆ ଭାଷା । ଏଣିକି ଆପଣ ଓଡିଆରେ ଲେଖି ଗୁଗୁଲରେ କୌଣସି ବି ତଥ୍ୟ ଖୋଜି ପାରିବେ । ଏଭଳି ସୂଚନା ଦେଇଛି ଗୁଗୁଲ । ଭାରତୀୟ ଭାଷାରେ ଏହାର ସର୍ଚ୍ଚ ଇଂଜିନର ବ୍ୟବହାର ବଢାଇବା ନେଇ ପଦକ୍ଷେପ ନେଇଛି ଗୁଗୁଲ ଏବଂ ଅଧିକରୁ ଅଧିକ ଭାରତୀୟ ଭାଷାକୁ ଏଥିରେ ସାମିଲ କରିବାକୁ ଉଦ୍ୟମ ଆରମ୍ଭ କରିଛି ।
ଗତକାଲି ନୂଆଦିଲ୍ଲୀଠାରେ ଆୟୋଜିତ ଗୁଗୁଲ ଇଣ୍ଡିଆର ପଂଚମ ବାର୍ଷିକ ଅଧିବେଶନରେ ଏହି ତଥ୍ୟ ସାମ୍ନାକୁ ଆସିଛି । ଗତବର୍ଷ ତାମିଲ, ତେଲୁଗୁ, ଗୁଜରାଟି, ମରାଠୀ, କନ୍ନଡ ଓ ମାଲାୟଲମ୍ ଭାଷାକୁ ସାଲିମ କରିସାରିଥିବା ବେଳେ ଚଳିତ ବର୍ଷ ଶେଷ ସୁଦ୍ଧା ଆଉ ତିନିଟି ଭାଷା ସାମିଲ ହେବ ବୋଲି କହିଛି ବିଶ୍ୱର ସବୁଠୁ ବଡ ସର୍ଚ୍ଚ ଇଂଜିନ । ଏହି ତାଲିକାରେ ଓଡିଆ, ଉର୍ଦ୍ଦୁ ଓ ପଂଜାବୀ ରହିଥିବା ଜଣାପଡିଛି ।
Follow Us
/kanak/media/post_attachments/wp-content/uploads/2019/09/Google-Search-Odia-language-300x157.jpg)