ଝାଡଖଣ୍ଡରୁ ଓଡ଼ିଆକୁ ଦ୍ୱିତୀୟ ଭାଷାର ମାନ୍ୟତାରୁ ବାଦ୍ ଦେବା ପ୍ରସଙ୍ଗ : ଓଡ଼ିଶାରେ ପ୍ରକାଶ ପାଇଲା ପ୍ରତିକ୍ରିୟା

ଶିକ୍ଷା ମନ୍ତ୍ରୀ କହିଲେ, ଝାଡଖଣ୍ଡ ସରକାରଙ୍କ ସହ ହେବେ କଥା; ବିରୋଧୀ ଦଳ ନେତା କହିଲେ, ଝାଡଖଣ୍ଡ ସରକାରଙ୍କ ଏହି ନିଷ୍ପତ୍ତି ଅସାମ୍ବିଧାନିକ, ରାଜ୍ୟ ସରକାର କରନ୍ତୁ ପ୍ରତିବାଦ

190

କନକ ବ୍ୟୁରୋ : ଝାଡ଼ଖଣ୍ଡ ସରକାର ଓଡ଼ିଆ ଭାଷାକୁ ଦ୍ୱିତୀୟ ଭାଷା ମାନ୍ୟତା ତାଲିକାରୁ ପ୍ରତ୍ୟାହାର କରିବାକୁ ନିଷ୍ପତ୍ତି ନେଇଛନ୍ତି । ଏହାକୁ ବିରୋଧ କରି ଝାଡ଼ଖଣ୍ଡରେ ରହୁଥିବା ଓଡ଼ିଆ ଭାଷାଭାଷୀ ଲୋକ ବିରୋଧ ଆରମ୍ଭ କରିଦେଇଥିବା ବେଳେ ଏହା ଉପରେ ମତ ରଖିଛନ୍ତି ବିରୋଧୀ ଦଳ ନେତା ପ୍ରଦୀପ୍ତ କୁମାର ନାୟକ । ସେ ଟ୍ୱିଟ କରି କହିଛନ୍ତି, ଓଡିଆଙ୍କୁ ସେମାନଙ୍କୁ ମୂଳ ସଂସ୍କୃତିରୁ ବିଚ୍ଛିନ୍ନ କରିବା ଏହା ଝାଡଖଣ୍ଡ ସରକାରଙ୍କ ଏକ କୁଯୋଜନା । ଏହି ନିଷ୍ପତ୍ତି ଅଗଣତାନ୍ତ୍ରିକ ଓ ଅସାମ୍ବିଧାନିକ । ୧୦ ବର୍ଷ ପରେ କାହିଁକି ଝାଡଖଣ୍ଡ ସରକାର କାହିଁକି ସେହି ନିଷ୍ପତ୍ତି ପ୍ରତ୍ୟାହାର କଲେ ଏହାର ପ୍ରତିବାଦ ଓଡିଶା ସରକାର କରିବା ଉଚିତ ।

ଝାଡ଼ଖଣ୍ଡ ସରକାର ଓଡ଼ିଆ ଭାଷାକୁ ଦ୍ୱିତୀୟ ଭାଷାର ଦେଇଥିବା ମାନ୍ୟତା ହଟାଇବାକୁ ନିଷ୍ପତ୍ତି ନେଇଛନ୍ତିି । ଏହାକୁ ନେଇ ଝାଡ଼ଖଣ୍ଡରେ ବି ବିରୋଧ ବଢିଛି । ଷଢେଇଖଳା, ଖରସୁଆଁ, ସିଂହଭୂମ ଆଦି ଅଂଚଳରେ ଶତାଧିକ ଲୋକ ଝାଡଖଣ୍ଡ ସରକାରଙ୍କ ଏହି ନିଷ୍ପତ୍ତିକୁ ବିରୋଧ କରିବା ସହ ନିଷ୍ପତ୍ତି ପ୍ରତ୍ୟାହାର କରିବାକୁ ଦାବି କରିଛନ୍ତି । ଷଢେଇଖଳା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଓଡ଼ିଆ ଭାଷାଭାଷୀ ଲୋକଙ୍କ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା । ସେପଟେ, ସ୍କୁଲ ଓ ଗଣ ଶିକ୍ଷା ମନ୍ତ୍ରୀ । ମନ୍ତ୍ରୀ କହିଛନ୍ତି, ଝାଡ଼ଖଣ୍ଡ ସହ ଆମର ଭଲ ସମ୍ପର୍କ ଅଛି । ଝାଡ଼ଖଣ୍ଡ ଶିକ୍ଷା ମନ୍ତ୍ରୀଙ୍କ ସହ ଆଲୋଚନା କରିବୁ । ଝାଡ଼ଖଣ୍ଡରେ ୧୫୦ଟି ଓଡ଼ିଶା ସ୍କୁଲ ଅଛି । ସେଠାରେ କିଭଳି ଓଡ଼ିଆ ଭାଷାରେ ପାଠ ପଢା ହେବ ସେନେଇ ଆଲୋଚନା କରାଯିବ । ଆବଶ୍ୟକ ସ୍ଥଳେ ଆମ ମୁଖ୍ୟମନ୍ତ୍ରୀ ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀଙ୍କ ସହ କଥା ହେବେ ବୋଲି କହିଛନ୍ତି ମନ୍ତ୍ରୀ ।