କନକ ବ୍ୟୁରୋ : ଓଡିଆ ନବବର୍ଷ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରାଜ୍ୟବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ମୋଦି ନିଜ ଟ୍ୱିଟର ଜରିଆରେ ରାଜ୍ୟବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ସେ ଟ୍ୱିଟରରେ ଲେଖିଛନ୍ତି ଯେ, ମହାବିଷୁବ ସଙ୍କ୍ରାନ୍ତି ତଥା ଓଡ଼ିଆ ନବବର୍ଷ ଅବସରରେ  ତେଜସ୍ୱୀ ଓଡ଼ିଆ ସମ୍ପ୍ରଦାୟଙ୍କୁ ନବବର୍ଷ କାମନା ହେଉ । କେବଲ ଓଡିଆ ନୁହେଁ ବରଂ ଉଭୟ ଓଡିଆ ଓ ଇଂରାଜୀ ଭାଷାରେ ମୋଦି ଟ୍ୱିଟ କରିଛନ୍ତି ।
Advertisment
publive-imageତେବେ ବୈଶାଖୀ ଅବସରରେ ମଧ୍ୟ ପ୍ରଧାନମନ୍ତ୍ରୀ ମୋଦି ସମସ୍ତଙ୍କର ଉତ୍ତମ ସ୍ୱାସ୍ଥ୍ୟ ଓ ଜୀବନର ସଫଳତା କାମନା କରିଛନ୍ତି। ଦେଶବାସୀଙ୍କୁ ଆହାର ଦେଉଥିବା କଠୋର ପରିଶ୍ରମୀ କୃଷକମାନଙ୍କୁ ସେ ଏହି ଅବସରରେ ଅଭିବାଦନ ଜଣାଇଛନ୍ତି।