ଓଡିଆ ଇଣ୍ଡଷ୍ଟ୍ରୀର ଅପକମିଙ୍ଗ ରୋମାଣ୍ଟିକ ଚଳଚ୍ଚିତ୍ର ଇସ୍କ ବାଲା ଲଭ : ଲୁବୁନ୍ – ଟୁବୁନଙ୍କ ପ୍ରଥମ ସିନେମା, ପ୍ରମୁଖ ଭୂମିକାରେ ଓମ୍ ଏବଂ ଅଙ୍କିତା

67

ତ୍ରିକୋଣୀୟ ପ୍ରେମ କାହାଣୀକୁ ନେଇ ଓଡିଆ ଇଣ୍ଡଷ୍ଟ୍ରୀରେ ପ୍ରସ୍ତୁତ ହେଉଛି ଚଳଚ୍ଚିତ୍ର ଇସ୍କ ବାଲା ଲଭ । ଅନେକ ଦିନ ଧରି ଆଲବମ୍ ଜଗତରେ ଚହଳ ସୃଷ୍ଟି କରିଥିବା କୋରିଓଗ୍ରାଫର୍ ଯୋଡି ଲୁବୁନ୍ – ଟୁବୁନ୍ ପ୍ରଥମ ଥର ପାଇଁ ଚଳଚ୍ଚିତ୍ର ନିର୍ମାଣ କରୁଛନ୍ତି । ଫିଲ୍ମରେ ନାୟକ ଭାବେ ନବାଗତ ଓମ୍ ଅଭିନୟ କରୁଥିବାବେଳେ ରିୟାଲିଟି ଶୋ ଫେମ୍ ଅଙ୍କିତା ଦାଶଙ୍କୁ ନାୟିକା ଭାବେ ଦେଖିବାକୁ ମିଳିବ ।

ଓଡିଆ ଇଣ୍ଡଷ୍ଟ୍ରୀରେ ପ୍ରସ୍ତୁତ ହେଉଛି ରୋମାଂଟିକ ଚଳଚ୍ଚିତ୍ର ଇସ୍କ ବାଲା ଲଭ । ଆଲବମ୍ ଜଗତରେ ଚହଳ ସୃଷ୍ଟି କରିଥିବା ଲୁଲୁନ୍ – ଟୁବୁନ୍ ପ୍ରଥମ ଥର ପାଇଁ ସିନେମା ପ୍ରସ୍ତୁତ କରୁଛନ୍ତି । ଯାହାର ଟାଇଟଲ୍ ରିହିଛି ଇସ୍କ ବାଲା ଲଭ୍ । ଫିଲ୍ମର ସୁଟିଂ ଏବେ ଜୋର୍ ସୋରରେ ଆଗେଇ ଚାଲିଛି । କଟକ – ଭୁବନେଶ୍ୱରର ବିଭିନ୍ନ ସ୍ଥାନରେ ଫିଲ୍ମର ସୁଟିଂ କରାଯାଉଛି । ଫିଲ୍ମର ଏମିତି ଏକ ମାରେଜ୍ ସିକ୍ୱେନ୍ସ ସୁଟିଂ ଚାଲିଥିଲା । ଯେଉଁଠି ଦୁଲହନ୍ ବେଶରେ ଛୋଟପରଦାର୍ ପପୁଲାର୍ ନାୟିକା ପିଙ୍କିଙ୍କୁ ଦେଖିବାକୁ ମିଳିଛି । ଫିଲ୍ମରେ ଏକ ପ୍ରମୁଖ ଭୂମିକାରେ ପିଙ୍କିଙ୍କ ଅଭିନୟ ଦେଖିବାକୁ ମିଳିବ । ସୁଟିଂ ସେଟରେ ବ୍ରାଇଡାଲ୍ ଅବତାର୍ରେ ନଜର ଆସିଛନ୍ତି ଅଭିନେତ୍ରୀ ପିଙ୍କି । ଲାଲ୍ ଲେହଙ୍ଗା ସାଙ୍ଗକୁ ହେବି ଜୁଏଲାରି ପିଙ୍କି ବେଶ ଆକର୍ଷଣୀୟ ନଜର ଆସିଛନ୍ତି ଏହି ବ୍ରାଇଡାଲ୍ ଲୁକରେ ।

ଲୁବୁନ୍ – ଟୁବୁନଙ୍କ ପ୍ରଯୋଜନା ଓ ନିର୍ଦ୍ଦେଶନାରେ ପ୍ରସ୍ତୁତ ହେଉଥିବା ଚଳଚ୍ଚିତ୍ର ଇସ୍କ ବାଲା ଲଭରେ ନାୟକ ଭାବେ ନଜର ଆସିବେ ନବାଗତ ଅଭିନେତା ଓମ୍ । ସୁଟିଂ ସେଟରେ ଓମଙ୍କୁ ଦୁହ୍ଲା ବେଶରେ ବି ଦେଖିବାକୁ ମିଳିଛି ।

ଚଳଚ୍ଚିତ୍ର ଇସ୍କ ବାଲା ଲଭ ଏକ ତ୍ରିକୋଣୀୟ ପ୍ରେମ କାହାଣୀକୁ ନେଇ ଗତିଶୀଳ ହୋଇଥିବା ବେଳେ, ଫିଲ୍ମରେ ନାୟିକା ଭାବେ ରିୟାଲିଟି ଶୋ ମିଠା ମିଠା ଯୋଡି ଫେମ ଅଙ୍କିତା ଦାଶଙ୍କୁ ଦେଖିବାକୁ ମିଳିବ ।

ପ୍ରଥମ ଥର ପାଇଁ ଚଳଚ୍ଚିତ୍ର ପ୍ରସ୍ତୁତ କରୁଥିବା ଲୁବୁନ୍ – ଟୁବୁନଙ୍କ ଏହି ଫିଲ୍ମ ଇସ୍କ ବାଲା ଲଭ୍ରେ ଅନ୍ୟାନ ପ୍ରମୁଖ ଭୂମିକାରେ ପ୍ରଦ୍ୟୁମ୍ନ ଲେଙ୍କା, ସରୋଜ ଦାସ, ବ୍ରଜ ସିଂ ଆଦି କଳାକାରଙ୍କ ଅଭିନୟ ଦେଖିବାକୁ ମିଳିବ ।