ଅମରନାଥ ପେଷ୍ଟ ମ୍ୟାନେଜମେଣ୍ଟ ଟେକ୍ନୋଲୋଜି ତରଫରୁ ଓଡ଼ିଆ ନବବର୍ଷ ପାଳିତ ।

78

କନକ ବ୍ୟୁରୋ: ସବୁ ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ପଣା ସଂକ୍ରାନ୍ତି ଓ ଓଡ଼ିଆ ନବବର୍ଷ ଅବସରରେ ଅମରନାଥ ପେଷ୍ଟ ମ୍ୟାନେଜମେଣ୍ଟ ଟେକ୍ନୋଲୋଜି ତରଫରୁ ପଣା ବଣ୍ଟନ କରାଯାଇଥିଲା । ସ୍ଥାନୀୟ ମହାନଦୀ ବିହାର ସ୍ଥିତ ସଂଜୀବନୀ ଛକଠାରେ ମୁଖ୍ୟ କାର୍ୟ୍ୟାଳୟ ସମ୍ମୁଖରେ ପ୍ରତିଷ୍ଠାତା ଜଗନ୍ନାଥ ରାଉତ ଓ ଲବଙ୍ଗଲତା ରାଉତ ପଣା ବଣ୍ଟନ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ । ଅନୁଷ୍ଠାନର ମୁଖ୍ୟ ପରିଚାଳକ ଶିବବ୍ରତ ରାଉତଙ୍କ ନେତୃତ୍ୱରେ ରାସ୍ତାରେ ଯାତାୟାତ ଲୋକମାନଙ୍କୁ ପଣା ବଣ୍ଟନ କରାଯାଇଥିଲା । ଏହି ଅବସରରେ ସମାଜସେବୀ ସଂଞ୍ଜୟ ଜେନା, ବିଚିତ୍ରାନନ୍ଦ ତ୍ରିପାଠୀ ପ୍ରମୁଖ ଯୋଗଦେଇଥିଲେ । ଏହି କାର୍ଯ୍ୟକ୍ରମରେ ଅବିନାଶ ମହାନ୍ତି, ପ୍ରିୟବ୍ରତ ପୃଷ୍ଟି, ଜ୍ଞାନରଞ୍ଜନ ସାମଲ, ଲିପିନା ବାରିକ, ରଂଜିତ କୁମାର ସାହୁ ସମେତ ବହୁ କର୍ମକର୍ତା ଯୋଗଦେଇ ସମସ୍ତ କାର୍ଯ୍ୟକୁ ପରିଚାଳନା କରିଥିଲେ ।