ରାଜ୍ୟସଭା ସଦନରେ ଅଧ୍ୟକ୍ଷତା କଲେ ଓଡିଆ ସାଂସଦ ସସ୍ମିତ ପାତ୍ର । ୨୦ ବର୍ଷପରେ ଓଡିଶା ପାଇଁ ଆଣିଲେ ଗର୍ବ ଓ ଗୌରବ । ସର୍ବକନିଷ୍ଠ ସାଂସଦ ଭାବେ ତୁଲାଇଲେ ଏହି ଦାୟିତ୍ୱ

2,232

କନକ ବ୍ୟୁରୋ: ଓଡିଶା ପାଇଁ ଆଜି ଏକ ଗର୍ବ ଓ ଗୌରବର ଦିବସ । ୨୦ ବର୍ଷ ପରେ ରାଜ୍ୟସଭାରେ ଓଡିଆ ସାଂସଦ କଲେ ଅଧ୍ୟକ୍ଷଦା । ବିଜୁ ଜନତା ଦଳର ରାଜ୍ୟସଭା ସାଂସଦ ଶ୍ରୀ ସସ୍ମିତ ପାତ୍ର ରାଜ୍ୟସଭାରେ କାର୍ଯ୍ୟନିର୍ବାହୀ ଅଧ୍ୟକ୍ଷ ରୂପେ ଆଜି ପଦାର୍ପଣ କରିଛନ୍ତି । ମହାମାରୀ ରୋଗ ସଂଶୋଧନ ଅଧ୍ୟାଦେଶ ୨୦୨୦ ବିଲ୍ ଉପରେ ଚାଲିଥିବା ବିତର୍କରେ ସେ ଅଧ୍ୟକ୍ଷତା କରିବା ସହ ପରିଚାଳନା କରିଥିଲେ । ଏହାକୁ ନେଇ ଦଳ ତରଫରୁ ତାଙ୍କୁ ସମ୍ମାନିତ କରିବା ସହ ଶୁଭେଚ୍ଛା ଜଣାଇଛନ୍ତି ।

 

ରାଜ୍ୟସଭାରେ ସବୁଠାରୁ କନିଷ୍ଟ ସାଂସଦ ଭାବେ ତାଙ୍କର ପରିଚାଳନା ଶୈଳୀ ଓ ଧର୍ଯ୍ୟକୁ ସମସ୍ତେ ପସନ୍ଦ କରିଛନ୍ତି । ଅନ୍ୟପଟେ ଏତେବଡ ଗୁରୁ ଦାୟିତ୍ୱ ତାଙ୍କୁ ମିଳିଥିବାରୁ ସେ ଦଳର ନେତା ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଧନ୍ୟବାଦ ଜଣାଇବା ସହ ରାଜ୍ୟର ସାଢେ ୪ କୋଟି ଲୋକଙ୍କ ଆର୍ଶିବାଦ ଯୋଗୁଁ ଏହା ସମ୍ଭବ ହୋଇପାରିଛି ବୋଲି କହିଛନ୍ତି ।