ଓଡିଆ ଫିଲ୍ମ ‘ପ୍ରତୀକ୍ଷା’ର ଟିମକୁ ନିଆରା ସ୍ୱାଗତ : ଗୋଆ ଫିଲ୍ମ ଫେଷ୍ଟିଭାଲରେ ସାଉଣ୍ଟିଛି ପ୍ରଶଂସା

135

କନକ ବ୍ୟୁରୋ : ଗୋଆ ଫିଲ୍ମ ପେଷ୍ଟିଭାଲରୁ ଫେରିଲା ଓଡିଆ ଚଳଚିତ୍ର ପ୍ରତୀକ୍ଷାର ଟିମ୍ । ଭୁବନେଶ୍ୱର ବିମାନବନ୍ଦରରେ ଟିମ ପହଞ୍ଚିବା ପରେ ପ୍ରଂଶସକ ସେମାନଙ୍କୁ ନିଆରା ଢଙ୍ଗରେ ସ୍ୱାଗତ କରିଛନ୍ତି । ଫିଲ୍ମ ସଦସ୍ୟଙ୍କ ଉପରେ ଫୁଲ ପକେଇ ସ୍ୱାଗତ କରାଯାଇଛି ।

ବାଜା ବାଜିଛି , ଆଉ ପରେ ପୁରା ଟିମ୍ ସାଥିରେ ନାଚିଛନ୍ତି ପ୍ରଂଶସକ । ଗୋଆ ଫିଲ୍ମ ଫେଷ୍ଟିବାଲରେ ପ୍ରଦର୍ଶିତ ହୋଇ ଜୁରୀଙ୍କ ପ୍ରଂଶସା ଗୋଟାଇଛି ଫିଲ୍ମ ପ୍ରତୀକ୍ଷା । ଫିଲ୍ମକୁ ବଲିଉଡ ଅଭିନେତା ଅନୁପମ ଖେର ଫିଲ୍ମକୁ ପ୍ରଂଶସା କରିବା ସହ ହିନ୍ଦୀରେ ବି ରିମେକ କରିବାକୁ ଘୋଷଣା କରିଛନ୍ତି । ଫିଲ୍ମର ପ୍ରଯୋଜକ ତଥା ନିର୍ଦ୍ଦେଶକ ଅନୁପମ ପଟ୍ଟନାୟକ କହିଛନ୍ତି , ଧିରେ ଧିରେ ଓଡିଆ ଫିଲ୍ମ ଇଣ୍ଡଷ୍ଟ୍ରିରେ ପରବିର୍ତ୍ତନ ଆସୁଛି । ସେହିଭଳି ଅଭିନେତା ଦୀପାନ୍ୱିତ କହିଛନ୍ତି, ଭଲ ଫିଲ୍ମ ନିର୍ମାଣ ହେଲେ ଦର୍ଶକ ନିଶ୍ଚିତ ଭାବେ ହଲକୁ ଆସିବେ ।