ରତ୍ନା ବ୍ୟାନରର ଚତୁର୍ଥ ଅବଦାନ ତଥା ଅରିନ୍ଦମ ରୟ ପ୍ରଯୋଜିତ ବହୁ ଚର୍ଚ୍ଚିତ ''ରାମ୍'' ର ଅଡିଓ ଭୁବନେଶ୍ୱରସ୍ଥିତ ମହାରାଜା ସେନେମା ହଲ୍ ପରିସରରେ ବହୁ ସିନେ ପ୍ରେମୀଙ୍କ ଗହଣରେ ରିଲିଜ୍ ହୋଇଛି । ପୁଷ୍ପକ ପରିଡାଙ୍କ ସୁନ୍ଦର ରଚନା ରେ ସଂଗୀତ ନିର୍ଦ୍ଦେଶକ ଅସଦ ନିଜାମ ଏବଂ ଲିଙ୍କନ ଙ୍କ ଦମଦାର ସଙ୍ଗୀତ ନିର୍ଦ୍ଦେଶନା ରେ ଉପସ୍ଥିତ ଦର୍ଶକ ତଥା ଶ୍ରୋତା ଝୁମିଥିଲେ । ରାମ୍ ଚଳଚ୍ଚିତ୍ର ର ଗୀତ ଗୁଡିକୁ ଓଲିଉଡ଼ ର ନାମୀ କଣ୍ଠଶିଳ୍ପୀ ଯଥା ହ୍ୟୁମାନ ସାଗର, କୁଲଦୀପ ପଟ୍ଟନାୟକ, ଅସୀମା ପଣ୍ଡା, ସତ୍ୟଜିତ ପ୍ରଧାନ ଏବଂ ସୋହିନୀ ମିଶ୍ର ଗାଇଛନ୍ତି ଏବଂ ସମସ୍ତେ ଅଡିଓ ରିଲିଜ୍ ଅବସରରେ ଉପସ୍ଥିତ ଥିଲେ ।

‘ବାବୁ ଭାଇଜାନ୍’ ପରେ ନୂଆଲୁକ୍, ନୂଆ କାହାଣୀ ସହ ଦଶହରାକୁ ମା'ଙ୍କ ପାର୍ବଣ ସହ ଏଇ ଚଳଚ୍ଚିତ୍ର ଉତ୍ସବମୁଖର କରିବ ବୋଲି ସବୁରି ମୁହଁ ରେ ଚର୍ଚ୍ଚା ହେଉଛି । ବହୁଦିନର ବ୍ୟବଧାନ ପରେ ଓଡିଆ ଚଳଚ୍ଚିତ୍ରକୁ ରାହୁଲଙ୍କ ପ୍ରତ୍ୟାବର୍ତ୍ତନ ମଧ୍ୟ ଅନେକଙ୍କୁ ଖୁସି ଆଣିଦେଇଛି । ବାଙ୍ଗୀୟ ଚୁଲବୁଲି ସୁନ୍ଦରୀ ନାୟିକା ରୁପ୍ସା ଅଭିନୟ କରିଛନ୍ତି ଚଳଚ୍ଚିତ୍ର ରାମ୍ ରେ ।

ରାମ୍ ଚଳଚ୍ଚିତ୍ରର ଚିତ୍ରନାଟ୍ୟ ଓ ସଂଳାପ ଭାରଦ୍ୱାଜ ପଣ୍ଡା ଲେଖିଥିବା ବେଳେ ନିର୍ଦ୍ଦେଶନା ଦେଉଛନ୍ତି ଅଶୋକ ପତି । ‘ରାମ୍’ ଏକ ବିଗ୍‌ ବଜେଟ୍‌ର ସିନେମା ବୋଲି ମିଡିଆ ପ୍ଲାନର ତଥା କ୍ରି୍ଏଟିଭ ହେଡ୍ ପ୍ରଣୟ ଜେଠୀ ସୂଚନା ଦେଇଛନ୍ତି । ସେ କହିଛନ୍ତି ଏଥର ଦର୍ଶକ ଦେଖିବେ ସବୁଠୁ ବ୍ୟୟବହୁଳ ଓଡ଼ିଆ ଚଳଚ୍ଚିତ୍ର । ଆଉ ଅଳ୍ପ ଦିନର ଅପେକ୍ଷା ପରେ ଅରିନ୍ଦମ ରୟ, ରାହୁଲ ଦେବ ଙ୍କ ସହିତ ଅନୁଭବ ମହାନ୍ତିଙ୍କୁ ଏକାବେଳେ ବଡ଼ ପରଦାରେ ଦର୍ଶକ ଦେଖି ଦଶହରା ରେ ନିଶ୍ଚୟ ଆନନ୍ଦିତ ହେବେ ଏଥିରେ ସନ୍ଦେହ ନାହିଁ ।